ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

Published By : Harapriya Sethi | March 16, 2025 1:12 PM

ଆନନ୍ଦପୁର,୧୬/୦୩: ମଦନପୁର ପଞ୍ଚାୟତ ପାହାଡ଼ପୁରରେ ସ୍ୱତନ୍ତ୍ର ପୋଲିସ ଟିମ୍‌ର ଚଢାଉ । ଏହି ଚଢାଉରେ ୨୫୦ ଲିଟର ଦେଶୀ ମଦ ଜବତ ସହିତ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଗୋଟିଏ କାର୍‌ ମଧ୍ୟ ଜବତ ହୋଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଦନପୁର ପଞ୍ଚାୟତ ପାହାଡ଼ପୁରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଦନପୁର ପଞ୍ଚାୟତ ପାହାଡ଼ପୁରରେ ଦୀର୍ଘ ଦିନ ଧରି ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଦେଶୀ ମଦ ବୋତଲରେ ଭର୍ତ୍ତି କରି ବାହାରକୁ ଚାଲାଣ ହୋଇ ଆସୁଥିଲା । ଉକ୍ତ ସ୍ଥାନରେ ପୋଲିସ ଚଢାଉ କରି ୨୫୦ ଲିଟର ଦେଶୀ ମଦ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି ଗୋଟିଏ କାର୍‌ ମଧ୍ୟ ଜବତ କରିଛି ସ୍ୱତନ୍ତ୍ର ପୋଲିସ ଟିମ୍‌ । ତେବେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଏଭଳି ବେଧଡ଼କ ଭାବରେ ମଦ କାରବାର ଚାଲିଥିବା ବେଳେ ପୋଲିସର ନୀରବତା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.