ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାକୁ କୋର୍ଟରେ ହାଜର କଲା NIA, ଆଉ ୧୨ ଦିନ ବଢିଲା ରିମାଣ୍ଡ

Published By : Prameya | April 28, 2025 5:55 PM

ନୂଆଦିଲ୍ଲୀ – ପଟିଆଲା ହାଉସ୍‌ କୋର୍ଟ ୨୬/୧୧ ମୁମ୍ୱାଇ ହମଲାର ଅଭିଯୁକ୍ତ ତହବୁର ହୁସୈନ ରାଣାର ରିମାଣ୍ଡ ୧୨ଦିନ ପାଇଁ ବୃଦ୍ଧି କରିଛନ୍ତି। ଏନଆଇଏର ଆବେଦନରେ ସୋମବାର କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ରାଣାକୁ ତାର ୧୮ଦିନର ଏନଆଇଏ ହେପାଜତର ଅବଧି ଶେଷ ହେବା ପରେ ,କଡ଼ା ସୁରକ୍ଷାରେ ସ୍ୱତନ୍ତ୍ର ଏନଆଇଏ ବିଚାରପତି ଚନ୍ଦ୍ରଜିତ ସିଂହଙ୍କ ସମ୍ମୁଖରେ ହାଜର କରାଯାଇଥିଲା। 

ବରିଷ୍ଠ ଓକିଲ ଦୟାନ କୃଷ୍ଣନ ଓ ସ୍ୱତନ୍ତ୍ର ସରକାରୀ ଓକିଲ ନରେନ୍ଦ୍ର ମାନ୍‌ଙ୍କ ଦ୍ୱାରା ଚ୍ୟାମ୍ୱର କାର୍ଯ୍ୟବାହୀରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସିର ପ୍ରତିନିଧିତ୍ୱ କରାଥିଲେ। ଅନ୍ୟପଟେ ଦିଲ୍ଲୀ ଆଇନ ସେବା ପ୍ରାଧିକରଣର ଓକିଲ ପୀୟୂଷ ସଚଦେବା ତହବୁର ରାଣାର ପକ୍ଷ ରଖିଥିଲେ। 

ଏହାପୂର୍ବରୁ ୧୧ ଅପ୍ରେଲରେ କୋର୍ଟ ରାଣାକୁ ୧୮ଦିନର ହେପାଜତକୁ ପଠାଇ ଥିଲେ। ଏହି ସମୟରେ ଏନଆଇଏ ତା ଠାରୁ ୨୦୦୮ର ଘାତକ ହମଲା ପଛରେ ପୂରା ଷଡ଼ଯନ୍ତ୍ର ବିଷୟରେ ଜାଣିବା ପାଇଁ ବିସ୍ତୃତ ଭାବେ ପଚରାପଚରି କରିଥିଲା। କହି ରଖୁଛୁ କି ଏହି ହମଲାରେ ୧୬୬ ଜଣ ଲୋକଙ୍କ ଜୀବନ ଯାଇଥିଲା ଏବଂ ୨୩୮ରୁ ଅଧିକ ଲୋକ ଆହତ ହୋଇଥିଲେ।

ମୁମ୍ୱାଇ ଆତଙ୍କୀ ହମଲାର ଷଡ଼ଯନ୍ତ୍ରୀକାରୀ ତହବୁର ରାଣାକୁ ଆମେରିକାରୁ ପ୍ରତ୍ୟର୍ପିତ କରି ଭାରତ ଅଣାଗଲା। ରାଣାକୁ ନେଇ ଦିଲ୍ଲୀ ପହଞ୍ଚି ଥିବା ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ବିଶେଷ ଟିମ୍‌ରେ ୩ଜଣ ଅଧିକାରୀଙ୍କ ସବୁଠାରୁ ମୁଖ୍ୟ ଭୂମିକା ରହିଛି। ଯେଉଁ ଅଧିକାରୀ ମାନେ ରାଣାକୁ ଆମେରିକାରୁ ଭାରତ ଆଣିବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି, ଏଥିରେ ୧୯୯୭ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡରର ଆଇପିଏସ୍‌ ଆଶୀଷ ବତ୍ରା , ଛତିଶଗଡ଼ କ୍ୟାଡରର ଆଇପିଏସ ଅଧିକାରୀ ପ୍ରଭାତ କୁମାରଙ୍କ ବ୍ୟତୀତ ଝାଡ଼ଖଣ୍ଡ କ୍ୟାଡରର ମହିଳା ଆଇପିଏସ ଜୟା ରାୟ ସାମିଲ ଅଛନ୍ତି। ଆମେରିକୀୟ ସୁପ୍ରିମକୋର୍ଟ ୨୦୨୩ ରେ ତାର ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇ ଥିଲେ,ଯାହାକୁ ଫେବ୍ରୁଆରୀ ୨୦୨୫ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ତିମ ରୂପେ ସ୍ୱୀକୃତି ଦେଇଛନ୍ତି।

୨୬/ ୧୧ ମୁମ୍ୱାଇ ହମଲାରେ ୧୭୪ ଜଣ ଲୋକଙ୍କ ଜୀବନ ଯାଇଥିଲା ଏବଂ ୩୦୦କୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ହମଲାକୁ ପାକିସ୍ତାନ ସ୍ଥିତ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୈଇବା ଦ୍ୱାରା କରାଯାଇଥିଲା। ରାଣା ଉପରେ ଅଭିଯୋଗ ଯେ, ସେ ଏହି ହମଲାର ଷଡ଼ଯନ୍ତ୍ରରେ ପ୍ରମୁଖ ଭୂମିକା ନିଭାଇ ଥିଲା। ୨୦୧୧ରେ ଭାରତୀୟ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲା, କିନ୍ତୁ ସେ ଏହି ସମୟରେ ଆମେରିକାରେ ଥିଲା।  ୨୦୦୯ରେ ଆମେରିକାରେ ତାର ଗିରଫଦାରୀ ହୋଇଥିଲା , ଏବଂ ସେବେଠାରୁ ସେ ପ୍ରତ୍ୟର୍ପଣ ବିରୋଧରେ ଆଇନଗତ ଲଢେଇ ଲଢୁ ଥିଲା।

ତହବୁର ହୁସୈନ ରାଣା କିଏ ?

ତହବୁର ହୁସୈନ ରାଣା ଜଣେ ପାକିସ୍ତାନୀ –କାନାଡୀୟ ନାଗରିକ। ସେ ପ୍ରଥମେ ପାକିସ୍ତାନ ସେନାରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲା । ୧୯୯୦ ଦଶକରେ ସେ କାନାଡା ଚାଲି ଯାଇ ଥିଲା ଏବଂ ୨୦୦୧ ରେ କାନାଡୀୟ ନାଗରିକତା ହାସଲ କରିଥିଲା। ପରେ ସେ ଚିକାଗୋରେ ଯାଇ ରହିଥିଲା । ସେଠାରେ ସେ ଅନେକ ବ୍ୟବସାୟ ଆରମ୍ଭ କରିଥିଲା , ଯେଉଁଥିରେ ଗୋଟିଏ ଇମିଗ୍ରେସନ କନ୍ସଲଣ୍ଟେନ୍ସି ମଧ୍ୟ ସାମିଲ ଥିଲା। ରାଣା ଉପରେ ଲଶ୍କର ଏ ତୈଇବା ସହ ସମ୍ୱନ୍ଧ ଓ ଆତଙ୍କୀ ଗତିବିଧିରେ ସାମିଲ ହେବାର ଅଭିଯୋଗ ଅଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.