ପୁରୀ,୨୧/୦୯: ଶ୍ରୀକ୍ଷେତ୍ରରେ  କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ  ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ  ହୋଇଛି । ଏହାକୁ ଆସନ୍ତା ୩ ଦିନ ଭିତରେ ଯାଞ୍ଚ କରାଯିବ ଓ ଯୋଗ୍ୟ ହବିଷ୍ୟାଳିଙ୍କୁ ପୁରୀରେ ବ୍ରତ ପାଳନ ନିମନ୍ତେ ନିର୍ଦ୍ଧାରିତ  ସମୟରେ ପହଞ୍ଚିବାକୁ ବାର୍ତ୍ତା ପଠାଯିବ । ଏନେଇ ଶନିବାର ଜିଲ୍ଲାପାଳ ଦିବ୍ୟଜ୍ୟାତି  ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା  ବୈଠକ ହୋଇଯାଇଛି । ଚଳିତ ମାସ ଶେଷ  ସୁଦ୍ଧା ପ୍ରାଶାସନିକ ଅଧିକାରୀମାନେ ବଣ୍ଟନ  ହୋଇଥିବା କାମ ଶେଷ କରିବାକୁ ସେ  ନିର୍ଦ୍ଦେଶ ଦେଇଛନ୍ତି । ଆଶାୟୀ ହବିଷ୍ୟାଳିଙ୍କୁ  ଆବେଦନର ଆଉ ସୁଯୋଗ ଦେବା ନେଇ  ବୈଠକରେ କୌଣସି ଠୋସ ପଦକ୍ଷେପ  ନିଆଯାଇନି ।  

ସୂଚନାଯୋଗ୍ୟ, ୧୯ ତାରିଖ ଦିନ  ୧୦ଟା ପରଠାରୁ ବ୍ରତ ପାଳନ ଆଶାୟୀଙ୍କୁ  ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ବିଜ୍ଞାପନ  ଯୋଗେ ସୂଚନା ଦେଇଥିଲା ପ୍ରଶାସନ । ହେଲେ ମାତ୍ର ଘଣ୍ଟାଏ ପରେ ଆବେଦନ  ପଞ୍ଜୀକରଣ ପୋର୍ଟାଲ ବନ୍ଦ ହୋଇଯାଇଥିଲା ।  ଫଳରେ ବହୁ ଆଶାୟୀ ନିରାଶ ହୋଇଛନ୍ତି।