ଭୁବନେଶ୍ୱର, ୦୭/୦୭: ରାଜଧାନୀରୁ ପୁଣି ଧଳା ଜହର ଜବତ । ବ୍ରାଉନ ସୁଗର ବେପାରୀ ରଶ୍ମି ରଞ୍ଜନ ଭୋଳଙ୍କୁ ଜଟଣୀ ଗେଟ୍‌ ନିକଟରୁ ଗିରଫ କରିଛି କମିଶନରେଟ ପୁଲିସ । ଅଭିଯୁକ୍ତ ନିକଟରୁ ମୋଟ୍ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । 

ସୂଚନା ମୁତାବକ, ସ୍ପେଶାଲ କ୍ରାଇମ ୟୁନିଟ୍ ପଞ୍ଝାରେ ପଡ଼ିଛି ଆଉ ଜଣେ ବ୍ରାଉନ ସୁଗର ବେପାରୀ । ଖୋର୍ଦ୍ଧା ଜଟଣୀ ଗେଟ୍‌ ନିକଟରୁ କମିଶନରେଟ ପୁଲିସ ଅଭିଯୁକ୍ତ ରଶ୍ମି ରଞ୍ଜନ ଭୋଳଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ମୋଟ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ଜଣାପଡ଼ିଛି ।