ଭୁବନେଶ୍ବର, ୧୮।୧୨ : ଏକ ତାରକା ହୋଟେଲ ସାମ୍ନାରେ ଲାଞ୍ଚ କାରବାର ବେଳେ ମର୍ସିଡିଜରୁ ୧୦ ଲକ୍ଷ ସିବିଆଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ସ୍ବତନ୍ତ୍ର ସିବିଆଇ କୋର୍ଟ ୩ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି। ବ୍ରିଜ ଆଣ୍ଡ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ‘ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ସିବିଆଇ କୋର୍ଟରୁ ଜାମିନ ମିଳିଛି।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ଏକ ହୋଟେଲ ନିକଟରେ ଏକ ଦାମୀ କାର ଭିତରେ ଲାଞ୍ଚ କାରବାର ପାଇଁ ଡିଲ ଚାଲିଥିବା ବେଳେ ସିବିଆଇ ଚଢାଉ କରିଥିଲା। କାରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିଥିଲା। ଏଥିସହ କେନ୍ଦ୍ରିୟ ସରକାରୀ ଉଦ୍ୟୋଗ ବ୍ରିଜ ଆଣ୍ଡ ରୁଫ କୋର ଡିଜିଏମ ଚଞ୍ଚଲ ମୁଖାର୍ଜି, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଥିଲା। ଦେଢଶହ କୋଟିର ଏକ ଟେଣ୍ଡର ହାତେଇବାକୁ ଡିଲ ବେଳେ ଏମାନଙ୍କୁ ସିବିଆଇ ଧରିଥିଲା । ଏପରିକି ଦେବଦତ୍ତଙ୍କ ବିଲଡର ଅଫିସକୁ ସିଲ କରିଛି ସିବିଆଇ।। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ରିମାଣ୍ଡରେ ଆାଣିଥିଲା ସିବିଆଇ। ଏହି ଘଟଣାରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ସିବିଆଇ ସମନ ଜାରି କରିଛି।