କଟକ: ଗତକାଲି (ମଙ୍ଗଳବାର) ମାହାଙ୍ଗା ବ୍ଲକ୍ ଉମର ଗ୍ରାମ ପଞ୍ଚାୟତରେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଭଦ୍ରେଶ୍ବର ପୋଲିସ ଓ ସାଲେପୁର SDPO ସିସିଟିଭିକୁ ଯାଞ୍ଚ କରି ୩ଜଣ ଯୁବକଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଏମାନେ ହେଲେ ଉମର ଗ୍ରାମର ବିଶ୍ୱଜିତ ମହାପାତ୍ର ଓରଫ ରାଜା, ନନ୍ଦକିଶୋର ମଲ୍ଲିକ ଓ ବିଶ୍ୱଜିତ ମହାପାତ୍ର ଓରଫ ବୁବୁଆ।
ସୁଚନା ଅନୁସାରେ ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ଗତକାଲି ଅର୍ଥାତ ୪ ତାରିଖରେ ମାହାଙ୍ଗା ବ୍ଲକ୍ ଉମର ହନୁମାନ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରୁ ମୁଣ୍ଡକୁ ଭାଙ୍ଗି କେହି ଦୃର୍ବୁତ୍ତ ଅଳିଆ ଗଦାରେ ଫୋପାଡି ଦେଇଥିଲେ । ଯାହାକୁ ନେଇ ରାଜ୍ୟ ବିଜେଡିରେ ଉତ୍ତେଜନା ଦେଖା ଦେଇଥିଲା । ଆଜି ପୋଲିସ ଉପସ୍ଥିତିରେ ପୁଣି ଥରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମୁଣ୍ଡକୁ ଯୋଡ଼ା ଯାଇଥିଲା ।