କଟକ, ୧୫।୧୨ : କଟକ ପରମହଂସ ନିକଟ କାଠ ଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ପର୍ଦ୍ଦାଫାସ କରିଛି। ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତ ମହିଳା ଜଣକ ହେଉଛନ୍ତି କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳର ପଦ୍ମାବତୀ ସାମଲ। ମହିଳାଙ୍କ ସ୍ବାମୀ ଓ ଦୁଇ ଦିଅର ମିଶି କରିଥିଲେ ହତ୍ୟା । ଦୁଇ ବର୍ଷ ର ଝିଅ ଆଗରେ ମା’ କୁ ହତ୍ୟା କରିଥିଲା ବାପା । ପତ୍ନୀଙ୍କ ପରକ୍ରିୟା ପ୍ରୀତି ଯୋଗୁଁ ହୋଇଥିଲା ହତ୍ୟାକାଣ୍ଡ । ହତ୍ୟା ଅଭିଯୋଗରେ ସ୍ବାମୀ ବଳରାମ ଦେହୁରୀଙ୍କ ସହ ଦିଅର ଜଗନ୍ନାଥ ଦେହୁରୀ ଓ ଦିଅର ହାପି ଦେହୁରୀଙ୍କୁ ପୋଲିସ ଗିରଫ କରିଛି।
ଭାଉଜ ପଦ୍ମାବତୀକୁ ମାରିବା ପାଇଁ ସୁରଟରୁ ଚାପଡ଼ ଆଣିଥିଲା ଜଗନ୍ନାଥ । ମୃତଦେହ ନିକଟରେ ପଡିଥିବା ପ୍ୟାଣ୍ଟ ରସିଦ ଧରେଇଦେଲା ଅଭିଯୁକ୍ତଙ୍କୁ । ସୁରଟରେ ଥିଲା ସେହି ଟେଲର ଦୋକାନ। ୧୦୦ ଟଙ୍କା ଫେରାଇବା ପାଇଁ ୱାଲେଟର ବ୍ୟବହାର ହୋଇଥିଲା । ସେହି ୱାଲେଟର ନମ୍ବର ଠାବ କରି ପ୍ରଥମେ ହାପି ପାଖରେ ପହଂଚି ଥିଲା ପୋଲିସ। ପଦ୍ମାବତୀଙ୍କୁ ମାରିବା ପାଇଁ ପୂର୍ଵରୁ ଯୋଜନା ପ୍ରସ୍ତୁତ ହୋଇ ଥିଲା । ଗୁଜୁରାଟ ପୋଲିସର ସହଯୋଗରେ ଅଭିଯୁକ୍ତକୁ ଧରିଥିଲା ପୋଲିସ ।