ନୂଆପଡା, ୪।୧୨ : ୩୫୩ ନଂ ଜାତୀୟ ରାଜପଥ ଲୁକୁପାଲି ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇ ଭାଇ ଭଉଣୀ ସହ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ କୋମନା ଥାନା ମିଛାପାଲି ପଞ୍ଚାୟତ ବାଟିବାହାଲ ଗ୍ରାମର ଭାଇ ସୁମନ୍ତ ସାହୁ ଓ ଭଉଣୀ ସଞ୍ଜୁ ସାହୁ ଏବଂ ଛତିଶଗଡ ରାଜ୍ୟ କୋମାଖନ ଥାନା ତୁରୁକିବାବର ଗ୍ରାମର ପାରସ ରାମ ନାଗେଶ। ଘଟଣା ସ୍ଥଳରେ ନୂଆପଡା ସଦର ଥାନା ପୋଲିସ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।