ପଦ୍ମପୁର, ୩୦।୧ :  କ୍ରିକେଟ ଖେଳି ମଉଜ ମଜଲିସ କରି ବାଇକରେ ଘରକୁ  ଫେରୁଥିଲେ। ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ବୁଡେନ ଥାନା ବାଜେନମୁଣ୍ଡା ଗାଁର ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା   ।

ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର ପିଲାମାନେ ବାନେ୍ଦନବାହାଲ ଗାଁକୁ  କ୍ରିକେଟ ଖେଲିବା ପାଇଁ ଯାଇଥିଲେ  । ସେଠାରେ ବାଜେନମୁଣ୍ଡା ଦଳ ବିଜୟୀ ହୋଇଥିଲା।  ପରେ ମଉଜ ମଜଲିସ କରି ସମସ୍ତେ ଗାଁକୁ ବାଇକରେ ଫେରୁଥିଲେ  । ପଦ୍ମପୁର ନିକଟସ୍ଥ ମହୁଳପାଲି ଗ୍ରାମର ଅଙ୍ଗ ନଦୀ ଉପରେ ଥିବା ବ୍ରିଜରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।