ନୟାଗଡ,୩୦।୯ : ଓଡଗାଁ ଥାନା ଗୋଡିପଲ୍ଲୀ ନିକଟରେ ବୁଲେଟ୍ ଏବଂ ବାଇକ୍ ମୁହାଁମୁହିଁ ଧକ୍କା ।  ଘଟଣାସ୍ଥଳରେ ୩ମୃତ । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା କରସିଙ୍ଗିର ସିଲୁ , କେନ୍ଦ୍ରାପଡା ଅଞ୍ଚଳର ସନ୍ତୋଷ ରାଉତରାୟ ଏବଂ ଓଡଗାଁ ଥାନା ଚେମେଡିର ମୋହନ ବାରିକ ।

ସିଲୁ ଏବଂ ସନ୍ତୋଷ ବାଇକରେ କରସିଙ୍ଗ ପଟୁ ଆସୁଥିଲେ। ଏହି ସମୟରେ ମୋହନ ନିଜ ବୁଲେଟରେ କରସିଙ୍ଗ ପଟକୁ ଯାଉଥିଲେ।  ଗୋଡିପଲ୍ଲୀ ନିକଟରେ ଉଭୟଙ୍କ ଗାଡି ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ  ହୋଇଥିଲା । ଓଡଗାଁ ପୋଲିସ  ପହଞ୍ଚି ମୃତଦେହ ଜବତ କରି  ବ୍ୟବଛେଦ ପାଇଁ ପଠାଇଛି।