ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇଣ୍ଡୋନେସିଆରେ ତିନି ଭାରତୀୟ ନାଗରିକଙ୍କୁ ହୋଇପାରେ ମୃତ୍ୟୁ ଦଣ୍ଡାଦେଶ; ଜାଣନ୍ତୁ ପୂରା ମାମଲା କ'ଣ?

Published By : Soubhagya Ranjan | March 21, 2025 5:21 PM

Image source: NDTV

ନୂଆଦିଲ୍ଲୀ,୨୧/୦୩: ଇଣ୍ଡୋନେସିଆରେ ନିଶାଦ୍ରବ୍ୟ ଚାଲାଣ ଅଭିଯୋଗରେ ତିନି ଜଣ ଭାରତୀୟ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ ହୋଇପାରେ। ଏକ ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ରିପୋର୍ଟ ଅନୁସାରେ ଏହି ସୂଚନା ସାମ୍ନାକୁ ଆସିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ସିଙ୍ଗାପୁର ପତାକା ଲାଗିଥିବା ଏକ ଜାହାଜରୁ ୧୦୬ କିଲୋଗ୍ରାମ 'କ୍ରିଷ୍ଟାଲ ମେଥ' ଚୋରା ଚାଲାଣ ଅଭିଯୋଗ ରହିଛି। ପୋଲିସ କହିଛି ଯେ ରାଜୁ ମୁଥୁକୁମାରନ (୩୮), ସେଲଭାଦୁରାଇ ଦିନାକରନ (୩୪) ଏବଂ ଗୋବିନ୍ଦସାମୀ ବିମଲାକନ୍ଧନ (୪୫)ଙ୍କୁ ଜୁଲାଇ ୨୦୨୪ରେ ଇଣ୍ଡୋନେସିଆର କରିମୁନ ଜିଲ୍ଲାର ପୋଙ୍ଗକର ଜଳସୀମାରୁ ଗିରଫ କରାଯାଇଥିଲା। ଏହି ତିନି ଜଣ ତାମିଲନାଡୁର ବାସିନ୍ଦା ଏବଂ ସିଙ୍ଗାପୁରରେ ଜାହାଜ ଶିଳ୍ପରେ କାମ କରୁଥିଲେ।

ଅଧିକ ପଢ଼ନ୍ତୁ: ମିରଟ ହତ୍ୟା ମାମଲା: ସୌରଭଙ୍କ ଛାତି ଚିରିବା ପରେ ଦେହରୁ ମୁଣ୍ଡ ଅଲଗା କରିଦେଇଥିଲା ମୁସ୍କାନ

ଅଧିକାରୀଙ୍କ ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଇଣ୍ଡୋନେସିଆ କର୍ତ୍ତୃପକ୍ଷ 'ଲିଜେଣ୍ଡ ଆକ୍ୱାରିଅସ୍ କାର୍ଗୋ' ଜାହାଜକୁ ଅଟକାଇଥିଲେ। ତଦନ୍ତ ସମୟରେ, ଏହି ଜାହାଜରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଥିଲା। କୋର୍ଟରେ ଶୁଣାଣି ସମୟରେ, ପ୍ରତିରକ୍ଷା ପକ୍ଷରୁ କୁହାଯାଇଥିଲା ଯେ ଜାହାଜର କ୍ୟାପ୍ଟେନଙ୍କ ସାକ୍ଷ୍ୟ ଆବଶ୍ୟକ ଥିଲା, କିନ୍ତୁ ସେ କେବଳ ଭର୍ଚୁଆଲ୍ ଭାବରେ ହାଜର ହୋଇଥିଲେ ଯାହା ଫଳରେ ଜେରା ହୋଇପାରିନଥିଲା।

ପ୍ରତିପକ୍ଷ ଓକିଲ ଯୁକ୍ତି ଦେଇଥିଲେ ଯେ କ୍ୟାପଟେନଙ୍କ ଅଜାଣତରେ ଏତେ ବଡ଼ ପରିମାଣରେ ଡ୍ରଗ୍ସ ଚୋରାଚାଲାଣ ସମ୍ଭବ ନୁହେଁ। ଅଭିଯୁକ୍ତଙ୍କ ପାଇଁ 'ମୃତ୍ୟୁଦଣ୍ଡାଦେଶ' ଦାବି କରିଛନ୍ତି ଅଭିଯୋଗକାରୀ ପକ୍ଷ। ଇଣ୍ଡୋନେସିଆନ ନ୍ୟାସନାଲ ନାର୍କୋଟିକ୍ସ ଏଜେନ୍ସିର ମୁଖ୍ୟ ମାର୍ଥିନସ୍ ହୁକୋମ୍ କହିଛନ୍ତି ଯେ ଏହି ତିନିଜଣ ଭାରତୀୟ ନାଗରିକ ଡ୍ରଗ୍ସ ରଖିଥିଲେ। ଏହି ମାମଲାର ନିଷ୍ପତ୍ତି ଏପ୍ରିଲ ୧୫ ତାରିଖରେ ଆସିବାର ସମ୍ଭାବନା ଅଛି।

You can also read: ପୂର୍ବତନ RBI ଅଧିକାରୀଙ୍କୁ ୧୫ ଦିନ ଡିଜିଟାଲ୍ ଆରେଷ୍ଟ୍, ୩କୋଟି ୧୪ ଲକ୍ଷ ଠକି ନେଲେ ସାଇବର୍ ଠକ



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.