ରାଇକିଆ,୫/୧ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଏକ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର ହୋଇଛନ୍ତି। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ବାସନ୍ତୀ ପଲ୍ଲୀ ଛକ ନିକଟରେ ଥିବା ରାସ୍ତାକଡ଼ ଘର ବାରଣ୍ଡା ଉପରକୁ ମାଡ଼ି ଯାଇଥିଲା। ଏହି ସମୟରେ ବାରଣ୍ଡାରେ ବସିଥିବା ଫ୍ରାଞ୍ଚିସ୍ ମୁଣ୍ଡା, ମୋହନ ମହାରଣା ଓ ରବି ପଣ୍ଡାଙ୍କୁ ଧକ୍କା ଦେଇଥିଲା । ତିନିଜଣଙ୍କୁ ଗୁରୁତର ହୋଇଥିଲେ। ସେମାନଙ୍କୁ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।