ଦିଗପହଣ୍ଡି, ୨୦।୧ : ଘରେ ପଶି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ । ଆକ୍ରମଣରେ ମା’-ବାପା, ପୁଅ ଗୁରୁତର। ଗଂଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରେ ଘଟିଛି ଏହି ଘଟଣା । ୫ ଜଣ ଯୁବକ ହାତରେ ଖଣ୍ଡାଧରି ଗାଁରେ ଆତଙ୍କ କରି ଡମ୍ବୁରୁ ସେଠୀଙ୍କ ଘରେ ପଶି ମା’,ବାପା, ପୁଅଙ୍କୁ ଆକ୍ରମଣ କରିଛନ୍ତି । ଗାଁ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।