ଭୁବନେଶ୍ବର, ୩୦।୪ : ନୀଳାଦ୍ରି ବିହାର ସୋମନାଥ ବସ୍ତିରେ ଅଘଟଣ। କାଳବୈଶାଖୀ ପ୍ରଭାବରେ ଘର ଉପରେ ବଜ୍ରପାତ। ବଜ୍ରପାତରେ ଗୋଟିଏ ପରିବାରର ୩ ଜଣ ଜଳିଗଲେ। ଜଳିଯା ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ୩ ବର୍ଷର ଶିଶୁଅଛନ୍ତି। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଭୁବନେଶ୍ବରରେ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥିଲା। ବଜ୍ରପାତ ସହ ବର୍ଷା ଓ ପବନ ହୋଇଥିଲା। ନୀଳାଦ୍ରୀ ବିହାରରେ ଏକ ଘର ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଘରର ଆଜବେଷ୍ଟସ ଭାଙ୍ଗି ଯିବା ସହ ବିଦ୍ୟୁତ ସରଞ୍ଜାମ ପୋଡିଯାଇଥିଲା। ଏଥି ସହ ଘର ଭିତରେ ଶିଶୁ ସମତେ ୩ ଜଣ ଆହତ ହୋଇଥିଲେ। ଶରୀର ବହୁ ଅଂଶ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଭୁବନେଶ୍ବରର ବହୁ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଭୁବନେଶ୍ବରର ବହୁ ଅଞ୍ଚଳ ଅନ୍ଧାର ରହିଛି।