ବାଉଁଶୁଣୀ, ୨୩/୩ : ବାଉଁଶୁଣି ଥାନା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ଉସୁମିଲିକା ଜଙ୍ଗଲରେ ପୁଲିସ ଚଢାଉ କରି ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରିବା ପାଇଁ ଉସୁମିଲିକା ଜଙ୍ଗଲରେ ପ୍ରସ୍ତୁତି ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲଙ୍କ ନିର୍ଦ୍ଦେଶ କ୍ରମେ ଓ ଆଇ ଆଇ ସି ମହେନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରା ଯାଇଥିଲା l ସେଠାରେ ଥିବା ସମସ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଓଜନ କରାଯିବାରୁ ତାହା ୩ କ୍ୱିଣ୍ଟାଲ ହୋଇଥିଲା।