ଶ୍ରୀନଗର,୧୨/୦୪: ଜମ୍ମୁ-କାଶ୍ମୀରର କିସ୍ତୱାରା ଜିଲ୍ଲା ଚତ୍ରୁ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଓ  ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଏଥିରେ ୩ ଜଣ ଆତଙ୍କବାଦୀ  ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ  ଜୈସ୍‌ କମାଣ୍ଡର ସୈଫୁଲ୍ଲା ରହିଛି । ଏହା ପରେ  ସୁରକ୍ଷା ବାହିନୀ ପକ୍ଷରୁ ସେଠାରେ  ସର୍ଚ୍ଚ ଅପରେସନ ଜାରି ରହିଛି।

ଗତ ୯ ତାରିଖରେ ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ  ସେନାକୁ ସୂଚନା ମିଳିଥିଲା । ଏହା ପରେ  ସୁରକ୍ଷା ବାହିନୀ ପକ୍ଷରୁ ସେଠାରେ  ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।  ଏଥିରେ ବହୁ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ  ସାମିଲ କରାଯିବା ସହ ଡ୍ରୋନକୁ ମଧ୍ୟ  ନିୟୋଜିତ କରାଯାଇଥିଲା । ନିକଟବର୍ତ୍ତୀ  ଗାଁରେ ହାଇଆଲର୍ଟ ଜାରି କରାଯାଇଥିଲା ।  ସ୍ଥାନୀୟ ଲୋକଙ୍କୁ ସନ୍ଦିଗ୍ଧଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେବାକୁ ଅନୁରୋଧ  କରାଯାଇଥିଲା । ଗତ ୩ ଦିନ ଧରି ଗୁଳି  ବିନିମୟ ପରେ ୩ ଆତଙ୍କବାଦୀ  ନିପାତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ  ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ  ଅପରେସନ ମଧ୍ୟ ଜାରି ରହିଛି ।