ବାରିପଦା,୧୮। :  ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୁଲଡିହା ଛକ ନିକଟରେ ଏକ ପିକଅପ ଭ୍ୟାନ୍ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳ ୩ ଜଣ ଆହତ ହୋଇଛନ୍ତି। ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। ମୃତକ ମହିଳା ଜଣକ ହେଲେ ଗଣ୍ଡିପାଣି ଗ୍ରାମର କ୍ରିଷ୍ଣାରାଣୀ ମହାନ୍ତ (୨୦)। ଗୁରୁତରମାନେ ହେଲେ ତାରାମଣି ମହାନ୍ତ (୧୯),ପିଙ୍କି ରାଣୀ ମହାନ୍ତ (୧୫) ଏବଂ ଅମ୍ବିକା ମହାନ୍ତ (୬ମାସ )

ମିଳିଥିବା ସୂଚନା ମୁତାବକ, ସପନ ମହାନ୍ତ ନାମକ ଡ୍ରାଇଭର ପିକଅପ ଭ୍ୟାନ୍ରେ ନିଜ ପରିବାର ଲୋକଙ୍କୁ ନେଇ ସାରସକଣା ରୁ ଗଣ୍ଡିପାଣିକୁ ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ନିଜ ପତ୍ନୀ କ୍ରିଷ୍ଣା ମହାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି। ଖବର ପାଇ ସାରସକଣା ଅଗ୍ନିଶମ ବିଭାଗ ଓ ନିକଟସ୍ଥ ଗ୍ରାମବାସୀଙ୍କ ସହଯୋଗ କ୍ରମେ ମୃତକଙ୍କୁ ଉଦ୍ଧାର କରିବା ସହିତ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ସେଠାରେ କ୍ରିଷ୍ଣାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଶିର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଡ୍ରାଇଭର ସପନ ମହାନ୍ତଙ୍କୁ ଅଟକ ରଖି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଇଥିଲା।

ଆହୁରି ପଢନ୍ତୁ : ହିଟଓ୍ବେଭ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସକାଳୁଆ ସ୍କୁଲ, ପୁରୀରେ ବଢିଲା ଛୁଟି ଅବଧି