ନୂଆଦିଲ୍ଲୀ: ବର୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ। ତଥାପି ହେଉନି ବର୍ଷା। ସାଧାରଣ ବର୍ଷା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍ ହେଉଛି ତ। ଏମିତି ଅନେକ ପ୍ରଶ୍ନ ନେଇ ଦିଲ୍ଲୀର ସାଧାରଣ ଜନତା ସାମାଜିକ ଗଣମାଧ୍ୟମରେ ସରକାରକୁ ଘେରିବାରେ ଲାଗିଛନ୍ତି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନିତିନି ଥର କ୍ରୁତ୍ରିମ ଉପାୟରେ ଦିଲ୍ଲୀରେ ବର୍ଷା କରେଇବାର ଯୋଜନା ଫସର ଫାଟିସାରିଲାଣି। ବଢୁଥିବା ପ୍ରଦୁଷଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ନିଆଯାଇଥିବା ଏହି ପଦକ୍ଷେପରେ ଏଯାଏ ଦିଲ୍ଲୀର କୌଣସି ପ୍ରାନ୍ତରେ ବି ବର୍ଷା ହୋଇପାରିନାହିଁ।

ସୂଚନା ମୁତାବକ, ଦିଲ୍ଲୀ ସରକାର ଆଇଆଇଟି କାନପୁର ସହ ମିଶି ଗତ ଅକ୍ଟୋବର ୨୩ରୁ ଅକ୍ଟୋବର ୨୮ ମଧ୍ୟରେ ତିନିତିନି ଥର କ୍ଲାଉଡ ସିଡିଂ(କ୍ରୁତ୍ରିମ ବର୍ଷା) କରିବାକୁ ଚେଷ୍ଟା କରିସାରିଛନ୍ତି। କିନ୍ତୁ ଏନେଇ ଥରେ ବି ସଫଳତା ମିଳିପାରି ନାହିଁ। ତେବେ ଏନେଇ ଆିଆଇଟି କାନପୁରର ଡାଇରେକ୍ଟର ମଣିନ୍ଦ୍ର ଅଗ୍ରୱାଲ ସୂଚନା ଦେଇ କହିଛନ୍ତି ଯେ, ଅକ୍ଟୋବର ୨୮ ତାରିଖରେ ହୋଇଥିବା ଦୁଇଟି ପ୍ରୟାସରେ ପାଖାପାଖି ଦିଲ୍ଲୀର ୩୦୦ ସ୍କୋୟାର କିମି ଅଞ୍ଚଳରେ କ୍ଲାଉଡ ସିଡିଂ କରାଯାଇଥିଲା। ଯେଉଁଥିପାଇଁ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସିଧାସଳଖ ହିସାବକୁ ନେଲେ ଜଣାଯାଏ ଯେ, ପ୍ରତି ସ୍କୋୟାର କିମି ପାଇଁ ସରକାରଙ୍କୁ ପ୍ରାୟ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଛି।

ଆସନ୍ତା ଶୀତ ଋତୁ ମଧ୍ୟରେ ଆଇଆଇଟି କାନପୁର ଆଉ ପାଞ୍ଚଠି ଏଭଳି ସମାନ ପ୍ରୟାସ କରିବ ବୋଲି ସୂଚନା ମିଳିଛି। ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀର ପବନରେ ପର୍ଯ୍ୟାପ୍ତ ପରିମାଣରେ ଧୂଳିକଣା ଭରି ରହିବା ସହ ଶରୀରକୁ କ୍ଷତି ପହଞ୍ଚାଉଥିବା କ୍ଷତିକାରକ ତତ୍ତ୍ୱ ମଧ୍ୟ ମହଜୁଦ ରହିଛି। ଯେଉଁଥିପାଇଁ କ୍ରୁତ୍ରିମ ବର୍ଷା ଯୋଗୁଁ ଏହାର ପରିମାଣ ଅନେକାଂଶରେ କମିବ ବୋଲି ଦିଲ୍ଲୀ ସରକାର କ୍ଲାଉଡ ସିଡିଂ ପାଇଁ .୨୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ ଏହି ବଜେଟରେ ଆଇଆଇଟି କାନପୁର ମୋଟ୍ ଥର କ୍ଲାଉଡ ସିଡିଂ ପାଇଁ ପ୍ରୟାସ କରିବ।

ଯଦି ଏହାକୁ ଆମେ ହିସାବକୁ ନେବା, ତେବେ ଥର କ୍ଲାଉଡ ସିଡିଂ ପାଇଁ ମୋଟ୍ ଖର୍ଚ୍ଚର ପରିମାଣ .୨୧ କୋଟି ଟଙ୍କା ରହିଛି। ତେବେ ଗୋଟିଏ ଟ୍ରାଏଲ ପାଇଁ ମୋଟାମୋଟି ୩୫.୬୭ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ବୋଲି ହିସାବ କହୁଛି। ଏଯାଏ ମୋଟ୍ ତିନୋଟି ଟ୍ରାଏଲ ହୋଇସାରିଲାଣି। ହିସାବ କଲେ ଜଣାଯାଏ ଯେ, ଏଥିପାଇଁ ମୋଟ୍ .୦୭ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏତେ ଟଙ୍କା ଖର୍ଚ୍ଚ ପରେବି ଦିଲ୍ଲୀରେ ଏଯାଏ ବୁନ୍ଦାଏ ବି ବର୍ଷା ହୋଇପାରିନାହିଁ।

ଏନେଇ କାନପୁର ଆଇଆଇଟିର ଡାଇରେକ୍ଚର ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଏହି ପରିକ୍ଷଣର ମୁଲ୍ୟ ଟିକେ ଅଧିକ ରହିଛି। ଯେଉଁଥିରେ କାନପୁରରୁ ଦିଲ୍ଲୀ ଯାଆସ କରିବାକୁ ବିମାନର ରକ୍ଷଣାବେକ୍ଷଣ, ବିମାନ ଚାଳକଙ୍କ ଦରମା ଓ ବର୍ଦ୍ଧିତ ବିମାନ ଇନ୍ଧନର ଦର ମଧ୍ୟ ସାମିଲ ରହିଛି। ତେବେ ଦିଲ୍ଲୀରୁ କାନପୁରର ଦୂରତା ପାଖାପାଖି ୪୦୦ କିମି ହେବ ବୋଲି ଅନୁମାନ କରାଯାଉଛି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗକୁ ଆସୁଥିବା ଶୀତ ଋତୁକୁ ନଜରରେ ରଖି ଯଦି ପ୍ରତି ୧୦ ଦିନରେ ଥରେ କ୍ଲାଉଡ ସିଡିଂ କରାଯାଏ ତେବେ ଏହାର ଖର୍ଚ୍ଚ ପାଖାପାଖି ୨୫ରୁ ୩୦ କୋଟି ଟଙ୍କା ଆସିବ। ଦେଖିବାକୁ ଗଲେ ଦିଲ୍ଲୀର ବର୍ଷିକ ପ୍ରଦୂଷଣ ନିୟନ୍ତ୍ରଣ ବଜେଟ୍ ୩୦୦ କୋଟି ଟଙ୍କା ବୋଲି ଜଣାପଡିଛି। ତେବେ ଏହି ପ୍ରଦୁଷଣ ରୋକିବାକୁ କ୍ଲାଉଡ ସିଡିଂ ଭଳି ଖର୍ଚ୍ଚ ବହୁଳ ପଦ୍ଧତି ଆପଣାଇବା ସାଧାରଣରେ ଏକ ପ୍ରଶ୍ନବାଚି ସୃଷ୍ଟି କରିଛି।