ଫିରିଙ୍ଗିଆ,୧୧।୧୦ : ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୋଲିସ ଚଢାଉ କରି ୩୦ କିଲୋ ଗଞ୍ଜେଇ ସହ କାର ଜବତ କରିଛି। ଏଥିସହ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଚଟୁଆ ଜନାର୍ଦନପୁର ଗାଁର ସୌମ୍ୟରଞ୍ଜନ ବେହେରା।
ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା I ଖବର ପାଇବା ପରେ ଏସଆଇ ଦିପକ କୁମାର ରାଉତଙ୍କ ସହ ଏକ ଟିମ ଦ୍ରୁତ ଗତିରେ ଆସୁଥିବା ଗାଡିକୁ ପିଛା କରିଥିଲେ।ଫୁଲବାଣୀ ଠାରୁ ବାଲିଗୁଡା ଯାଇଥିବା ମୁଖ୍ୟ ରାସ୍ତାର ମାସରୀପଡା ନିକଟରେ ପୋଲିସ ଗାଡିଟିକୁ ଅଟକାଇ ଥିଲା। ଯାଞ୍ଚ ବେଳେ ଗାଡିରୁ ପୋଲିସ ୩୦ କିଲୋ ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଏସଆଇ ଦିପକ କୁମାର ରାଉତ ସୂଚନା ଦେଇଛନ୍ତି।
ପୋଲିସ କାରକୁ ଗୋଡାଉ ଥିବାବେଳେ ମାଶ୍ରୀ ପଡା ଛକ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଅଟୋକୁ ପଛପଟୁ ଧକ୍କା ଦେଇଥିଲା I ଯାହାଫଳରେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ I ଏହା ପରେ ସ୍ଥାନୀୟ ଲୋକେ ମାଶ୍ରୀ ପଡା ଛକଠାରେ ରାସ୍ତାରୋକ କରିଥିଲେ। ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।