ଭୁବନେଶ୍ୱର ୦୨/୦୧: ପିଲାଠୁ ଆରମ୍ଭ କରି ବୁଢାଯାଏ ପ୍ରାୟ ସମସ୍ତେ ଫୋନ୍‌ରେ ସର୍ଟସ୍‌ ଭିଡିଓ ଦେଖିବାକୁ ପସନ୍ଦ କରୁଛନ୍ତି । ସତ କଥା ହେଲା ୧୫ ସେକେଣ୍ଡର ଛୋଟ ଭିଡିଓ ପିଲାଙ୍କ ମସ୍ତିଷ୍କ ଉପରେ ୨ ଘଣ୍ଟାର ଫିଲ୍ମଠାରୁ ଅଧିକ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ଡାକ୍ତର ସୁମିତ୍‌ ଗ୍ରୋଭର୍‌ଙ୍କଠାରୁ ଏ ବିଷୟରେ ।

ପିଲାଙ୍କ ମସ୍ତିଷ୍କ ହେଉଛି ଅପହରଣ :

ଛୋଟ ଭିଡିଓ ବା ସର୍ଟସ୍‌କୁ ଖାସ୍‌ ଏମିତି ତିଆରି କରାଯାଇଥାଏ, ଯାହା ତୁରନ୍ତ ପିଲାଙ୍କ ଧ୍ୟାନ ଆକର୍ଷଣ କରିଥାଏ । ତୁରନ୍ତ ବଦଳୁଥିବା ଦୃଶ୍ୟ, ତୀବ୍ର ଆବାଜ୍‌ ସାଙ୍ଗକୁ ପ୍ରତି ମୁହୂର୍ତ୍ତରେ କିଛି ନୂଆ ଦେଖିବାକୁ ମିଳିଥାଏ । ପିଲାମାନଙ୍କ ମସ୍ତିଷ୍କ ବିକଶିତ ସ୍ଥିତିରେ ରହିଥାଏ, ଯାହା ଧ୍ୟାନକେନ୍ଦ୍ରିତ ଓ ନିଜକୁ ନିୟନ୍ତ୍ରଣରେ ରଖିବା ଶିଖୁଥାଏ । ଏହି ସ୍ଥିତିରେ ଏଭଳି ତୀବ୍ର ଆବାଜ୍‌ ସାଙ୍ଗକୁ ଉତ୍ତେଜନା ପିଲାଙ୍କ ମସ୍ତିଷ୍କ ଉପରେ ଅତ୍ୟଧିକ ଚାପ ପକାଇଥାଏ । ପ୍ରତ୍ୟେକ ଛୋଟ କ୍ଲିପ୍‌ ସେମାନଙ୍କୁ ବିନା କୌଣସି ପରିଶ୍ରମରେ ତୁରନ୍ତ ଉତ୍ସାହ ଓ ମଜା ଦେଇଥାଏ । ତେଣୁ ଏହା ସେମାନଙ୍କ ମନରେ ବିନା ପରିଶ୍ରମରେ ତୁରନ୍ତ ପୁରସ୍କାର ପାଇବାର ଆଶା ଓ ଅଭ୍ୟାସରେ ପଡିଯାଇଥାଏ ।

​​​​​​​

ସ୍କ୍ରୋଲିଂ ହେଉଛି ଶତ୍ରୁ :

୧୫ ସେକେଣ୍ଡର ଭିଡିଓ କେବଳ ଧ୍ୟାନ ହଟାଉଥିବା ବେଳେ ୨ ଘଣ୍ଟାର ଫିଲ୍ମ ପୁରା କାହାଣୀ ବୟାନ କରିଥାଏ । ଫିଲ୍ମ ପିଲାମାନଙ୍କୁ ଧୈର୍ଯ୍ୟର ସହ ବସିବା ଓ ଦୀର୍ଘ ସମୟ ଯାଏ ଧ୍ୟାନକେନ୍ଦ୍ରିତ କରିବା ଶିଖାଇଥାଏ । ଫିଲ୍ମ ପିଲାଙ୍କୁ କାହାଣୀ ସହ ଯୋଡ଼ିବା ଓ ଭାବନାତ୍ମକ ବିକାଶ କରାଇବାରେ ବାଟ ଦେଇଥାଏ । କିନ୍ତୁ ଛୋଟ ଛୋଟ ସର୍ଟସ୍‌ରେ କୌଣସି କାହାଣୀର ଗଭୀର ଅର୍ଥ ରହି ନଥାଏ ।

ପଢାପଢ ଓ କଥାବାର୍ତ୍ତା ବୋରିଂ ଲାଗେ :

ସର୍ଟସ୍‌ ଭିଡିଓ ବାସ୍ତବ ଦୁନିଆରେ ବିଭିନ୍ନ କାମକୁ ପ୍ରଭାବିତ କରିଥାଏ । ଏହା ପିଲାମାନଙ୍କୁ କେବଳ ତୁରନ୍ତ ମନୋରଞ୍ଜନ ଅଭ୍ୟାସ ପକାଇଥାଏ, ବରଂ ବହି ପଢିବା, ହୋମୱାର୍କ କରିବା କିମ୍ବା ପରିବାର ସହ କଥାବାର୍ତ୍ତା କରିବା ଆଦିଠାରେ ଦୂରେଇ ରଖିଥାଏ  ।