ଫିରିଙ୍ଗିଆ, ୧୭/୮ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ରତଙ୍ଗଠାରେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀ ଓ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସହାୟତାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ଏବଂ ଚାଷୀମାନଙ୍କୁ ଉନ୍ନତ ଚାରା ବଣ୍ଟନ କରାଯାଇଛି l ଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ଡେପୁଟି ଡାଇରେକ୍ଟର ସ୍ମିତା ମହାନ୍ତି ଯୋଗଦେଇଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପିଏଆଇଟିଡ଼ିଏ ଗଦାଧର ପାତ୍ର, ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପି ମୁରଲୀ ମୋହନ, ରତଙ୍ଗ ପଞ୍ଚାୟତ ସରପଞ୍ଚ ପାର୍ବତୀ ମଲିକ  ଓ ଜିବିକା ସାଥୀ ରତଗ ପଞ୍ଚାୟତର ନୀଳ ମଣି ମଲିକ ଯୋଗ ଦେଇଥିଲେ l ଫିରିଙ୍ଗିଆ ବ୍ଲକରୁ ୨୪ଟି ପଞ୍ଚାୟତରୁ ୧୨ଟି ପଞ୍ଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଚାଷୀ ମିଶି ୧୮0ଜଣ ଚାଷୀଙ୍କୁ ୩୨୦୦ଚାରା ବଣ୍ଟନ କରାଯାଇଥିଲା l ଏହି ଚାରା ରାଇପୁରରୁ ଆଣିଥିବାବେଳେ ଉନ୍ନତ ମାନର ଟମାଟୋ ଓ ବାଇଗଣ ଚାରା ବଣ୍ଟନ କରାଯାଇଥିଲା l ବିଭିନ୍ନ କ୍ଷେତ୍ର ପରିଦର୍ଶନ ପରେ ଉନ୍ନତମାନର ଚାରା ବିହନ ଲଗାଇ ଚାଷୀମାନେ ଭଲ ଅମଳ ସହ ରୋଜଗାର ପାଇପାରିବେ ଓ ଆଗାମୀ ଦିନରେ ଏହି ବିହନ ସଫଳ ହେଲେ ଅଧିକ ଚାଷୀଙ୍କୁ ଉନ୍ନତ ମାନର ବିହନ ଦେବାର ବ୍ୟବସ୍ଥା କରାଯିବ ବୋଲି ଅତିଥିମାନେ କହିଛନ୍ତି l