ନୂଆଦିଲ୍ଲୀ, ୧୦।୧୧: ଆମୋନିୟମ୍ ନାଇଟ୍ରେଟ୍, ଯାହା ଚାଷୀଙ୍କ ପାଇଁ ଏକ ସାର । କିନ୍ତୁ, ଏହା ଏକ ବିସ୍ଫୋରକ ଭାବେ ମଧ୍ୟ ଘାତକ ପ୍ରମାଣିତ ହୋଇପାରେ । ବିଶେଷଜ୍ଞଙ୍କ ମତରେ, ମାତ୍ର ୩୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ୧୦୦ ମିଟର ପରିଧି ପର୍ଯ୍ୟନ୍ତ ବ୍ୟାପକ ଧ୍ୱଂସ ଘଟାଇପାରେ । ବୈରୁତ ବିସ୍ଫୋରଣକୁ ମନେ ପକାଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ଏହି ଶସ୍ତା ରାସାୟନିକ ପଦାର୍ଥ ଆତଙ୍କବାଦୀ ଆକ୍ରମଣ କିମ୍ବା ଦୁର୍ଘଟଣାରେ ଏକ ବଡ଼ ବିପଦ ସୃଷ୍ଟି କରିପାରେ । ଏହାକୁ ଆରଡିଏକ୍ସ ପରି ସାମରିକ ବିସ୍ଫୋରକ ଏହା ମଧ୍ୟରେ ପାର୍ଥକ୍ୟ କ’ଣ ତାହା ଜାଣିରଖିବା ଉଚିତ୍ ।
ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରି ଜମ୍ମୁ-କାଶ୍ମୀର ପୋଲିସ କହିଛି, ଗିରଫ ଡାକ୍ତର ଆଦିଲ ଅହମ୍ମଦଠୁ ତଥ୍ୟ ସଂଗ୍ରହ କରି ହରିୟାଣାର ଫରିଦାବାଦରୁ ୩୦୦ କିଲୋ ବିସ୍ଫୋରକ ଅର୍ଥାତ୍ ଆମୋନିୟମ୍ ନାଇଟ୍ରେଟ୍, ଏକ-୪୭ ରାଇଫଲ୍ ଏବଂ ବିପୁଳ ପରିମାଣର ଗୁଳିଗୋଳା ଜବତ କରିଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ, ଯଦି ଡିଜେଲ୍ ଭଳି ଇନ୍ଧନ ସହିତ ୩୫୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ମିଶାଯାଏ, ତେବେ ୧୪୦ କିଲୋଗ୍ରାମ ଟିଏନ୍ଟି ତୁଳନାରେ ସମାନ ଶକ୍ତି ଉତ୍ପାଦନ କରେ । ଏହି ଗଣନା ହପକିନ୍ସନ୍-କ୍ରାଞ୍ଜ ନିୟମ ଉପରେ ଆଧାରିତ ।
- ୯ କିଲୋ ଆମୋନିୟମ୍ ନାଇଟ୍ରେଟ୍ ୧୫-୨୦ ମିଟର ପରିଧି ଭିତରେ ସବୁ କିଛି ଧ୍ୱଂସ କରିଦେବ ।
- ୪ କିଲୋ ଆମୋନିୟମ୍ ନାଇଟ୍ରେଟ୍ ୩୦-୪୦ ମିଟର ପରିଧି ଭିତରେ ଶତାଧିକ ଲୋକଙ୍କୁ ମାରିପାରିବ ।
- ୨ କିଲୋ ଆମୋନିୟମ୍ ନାଇଟ୍ରେଟ୍ ୫୦-୬୦ ମିଟର ପରିଧି ଭିତରେ ଭୂକମ୍ପ ଅନୁଭୂତ ହେବା ସହ ଯାନବାହନ ନଷ୍ଟ ହେବ ।
- ୧ କିଗ୍ରା ଆମୋନିୟମ୍ ନାଇଟ୍ରେଟ୍ ୮୦ରୁ ୧୦୦ ମିଟର ପରିଧିରେ ଅନେକ ଲୋକଙ୍କୁ ଆହତ ହେବେ ।