ଭଦ୍ରକ, ୨୬।୫ : ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ବନ୍ତ ଛକ ୧୬ ନଂ ଜାତୀୟ ରାଜପଥ  ଅବକାରୀ ପୋଲିସ ପାଟ୍ରୋଲିଂ  କରୁଥିବା ସମୟରେ ଏକ ମଟର ସାଇକେଲରୁ ୩୮ ଗ୍ରାମ ବ୍ରାଉନସୁଗାର ଜବତ  କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଅନ୍ତର୍ଗତ ଶଙ୍ଖଚିଲା ଗ୍ରାମର  ଅଭିଷେକ ମହଲା ଓ ଗୁରୁସାହିର ସାଗର ଗୁରୁ।

ଜବତ ବ୍ରାଉନସୁଗାର ଓ ମଟର ସାଇକେଲର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ଏଏସ୍‌ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ,  ସୁଦର୍ଶନ ପଲ୍ଲାଇ, ପରେଶ ଟୁଡୁ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ରେଞ୍ଜ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଛି l