ଭୁବନେଶ୍ୱର, ୦୬/୧୨ : ରାଜ୍ୟ ବାହାରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଜମି । ୬ଟି ରାଜ୍ୟରେ ୩୯୫ ଏକର ୨୫୨ ପରିମିତ ଜମି ଚିହ୍ନଟ କରାଯାଇଛି। ଓଡ଼ିଶାର ୨୪ ଜିଲ୍ଲାରେ ଜଗନ୍ନାଥଙ୍କ ୬୦ ଏକର ୪୨୬. ୯୪୩ ଜମି ରହିଛି। ସେଥିରୁ ୩୮ ଏକର ୦୬୧.୭୯୨ ପରିମିତ ଜମି ସଂଶୋଧିତ ସ୍ୱତଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ଅଛି। ବିଧାନସଭାରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।
ଆଇନ ମନ୍ତ୍ରୀ ପୁଣି କହିଛନ୍ତି ଯେ, ବେଆଇନ୍ ଭାବେ ଅବରୋଧ ହୋଇଥିବା ଶ୍ରୀଜିଉଙ୍କ ଜମିକୁ ତଦନ୍ତ କରାଯାଇ ଚିହ୍ନଟ କରାଯାଉଛି। ରାଜ୍ୟର ୭ ଜିଲ୍ଲାରେ ୧୬୯ ଏକର ୮୬୧୬୭ ପରିମିତ ଜମି ଉପରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉଚ୍ଛେଦ କରାଯିବା ପାଇଁ ଶ୍ରୀମନ୍ଦିର ଆଇନ ଅନୁଯାୟୀ ୯୭୪ଟି ବେଆଇନ ଅବରୋଧ ମୋକୋଦ୍ଦମା ଦାୟର କରାଯାଇଛି।