କେନ୍ଦୁଝର ସଦର,୧୦/୦୯: କେନ୍ଦୁଝର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ଅପରାଧରେ ସାମିଲ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ସମେତ ଅନ୍ୟ ୪ଅପରାଧୀଙ୍କୁ ସଦର ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି। କ୍ରମାନ୍ୱୟରେ ସଦର ପୁଲିସକୁ ଅପରାଧୀ ଗିରଫରେ ସଫଳତା ମିଳିଥିବା ବେଳେ ଏକ ଡକାୟତି ଘଟଣାରେ ଏହି ଅପରାଧୀମାନଙ୍କୁ ଗିରଫ କରାଯାଇଛି ବୋଲି ସଦର ଥାନା ଇନ୍ସପେକ୍ଟର ଅମିତ କୁମାର ଭୂୟାଁ ପ୍ରକାଶ କରିଛନ୍ତି।

ଇନ୍ସପେକ୍ଟର ଅମିତ କୁମାର ଭୂୟାଁ ପ୍ରକାଶ କରିଛନ୍ତି ଯେ,କେନ୍ଦୁଝର ସଦର ଥାନା ଯୋଗୀମଠ ଅଞ୍ଚଳର ଉର୍ମିଳା ଚୌଧୁରୀଙ୍କ ଘରେ ଗତ ୭ ତାରିଖ ଦିନ କିଛି ଦୁର୍ବୃତ୍ତ ଘରର ଝରକା ଭାଙ୍ଗି ଘର ଭିତରେ ପଶି ୩ଭରି ସୁନା ଓ ନଗଦ ୧୫ ହଜାର ଟଙ୍କା ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗମ୍ଭାରୀଆ ଗ୍ରାମର ପ୍ରଭାତ ମଲ୍ଲିକ ଓ ତାଙ୍କର ୩ ସହଯୋଗୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୧,୩୨,୫୦୦ ଟଙ୍କା ଏବଂ ୨ଟି ବାଇକ୍, ୪ଟି ମୋବାଇଲ ଜବତ କରିଛି । ଏହା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ​​​​​​​