ଭୁବନେଶ୍ୱର (ବ୍ୟୁରୋ): ଏକ ବ୍ରାଉନସୁଗାର ସିଣ୍ଡିକେଟର ମାଷ୍ଟରମାଇଣ୍ଡ ସମେତ ୪ ଜଣ ନିଶା ମାଫିଆଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ।  ନିଶା ମାଫିଆମାନେ ହେଲେ ସେକ ସମୀର(ମାଷ୍ଟରମାଇଣ୍ଡ) , ସୟଦ ଇମତିୟାଜ, ସେକ ଇରଫାନ, ରତିରଞ୍ଜନ ରାଉତରାୟ ।

ଏମାନେ ବାଲେଶ୍ୱର ଜଳେଶ୍ୱରରୁ ବିପୁଳ ମାତ୍ରାରେ ଧଳାଜହର ଆଣି ଭୁବନେଶ୍ୱରର ଖୁଚୁରା ବେପାରୀଙ୍କୁ ଯୋଗାଉଥିଲେ । ଗୋଟିଏ ଡିଲରେ ୨ରୁ ୩ କୋଟି ଟଙ୍କା ରୋଜଗାର କରୁଥିଲେ। ଇରଫାନର ଜଟଣୀ ରାଜା ବଜାର ସ୍ଥିତ ଘରେ ବ୍ରାଉସୁଗାର ଷ୍ଟକ ରଖାଯାଉଥିଲା । କ୍ରାଇମବ୍ରାଞ୍ଚ ସ୍ପେସିଆଲ ଟାସ୍କ ଫୋର୍ସ (ଏସଟିଏଫ)ର ଏକ ଟିମ ୨୦୨୨ ମସିହା ମାର୍ଚ୍ଚ ତାରିଖରେ ସେହି ଘରୁ ଜଣଙ୍କୁ କାବୁ କରିଥିଲା । ସେମାନଙ୍କ ହେପାଜତରୁ କେଜି ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଡ଼ିଏସପି ଦିଲ୍ଲୀପ କୁମାର ସାହୁ ଅଦାଲତରେ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲେ । ଏହି ଏନଡ଼ିପିଏସ ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ୧୦ଜଣ ସାକ୍ଷୀ ଅଦାଲତରେ ବୟାନ ଦେଇଥିଲେ । ତୃତୀୟ ଅତିରିକ୍ତ ଦୌରା ଜଜ ହିମାଂଶୁ ଶେଖର ମଲ୍ଲିକ ଏହି ମାମଲାରେ ରାୟ ଦେଇଛନ୍ତି ।