ଭୋପାଳ,୧୨/୦୪: ମଧ୍ୟପ୍ରଦେଶର ଶ୍ୟୋପୁରସ୍ଥିତ କୁନୋ ନ୍ୟାସନାଲ ପାର୍କରୁ ପୁଣି ଏକ ଖୁସି ଖବର ସାମ୍ନାକୁ ଆସିଛି । ଭାରତରେ ଜନ୍ମ ନେଇଥିବା ଏକ ଚିତା ସେଠାରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି । କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ୍ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ସେଥିରେ ସେ ଲେଖିଛନ୍ତି ଯେ, କୁନୋ ନ୍ୟାସନାଲ ପାର୍କରୁ ଏକ ଐତିହାସିକ ଘଟଣା ସାମ୍ନାକୁ ଆସିଛି । ଭାରତରେ ଜନ୍ମିତ ଏକ ୨୫ ମାସର ଚିତା(ଗାମିନୀର ଝିଅ) ଜଙ୍ଗଲରେ ୪ଟି ଶାବକଙ୍କୁ ଜନ୍ମ ଦେଇଛି । ଏହି ଘଟଣାରୁ ବିଦେଶରୁ ଅଣାଯାଇଥିବା ଚିତା ଯେ କେବଳ ଭାରତୀୟ ବାତାବରଣକୁ ଗ୍ରହଣ କରିଛନ୍ତି ତା’ ନୁହେଁ, ବରଂ ସେମାନଙ୍କ ପରବର୍ତ୍ତୀ ପିଢ଼ି ବି ସଂପୂର୍ଣ୍ଣ ସୁସ୍ଥ ଏବଂ ପ୍ରଜନନକ୍ଷମ ବୋଲି ସ୍ପଷ୍ଟ ହୋଇଛି ।
अब मध्यप्रदेश चीतों के 'पुनरुद्धार' का भी मुख्य केंद्र बन रहा है।
— Dr Mohan Yadav (@DrMohanYadav51) April 11, 2026
'गामिनी' से जन्मी भारतीय मूल की 25 माह आयु की मादा चीता द्वारा खुले जंगलों में 4 शावकों को जन्म देना इस बात का प्रमाण है कि मध्यप्रदेश की धरती चीतों के वंश विस्तार के लिए पूरी तरह अनुकूल है। प्रकृति और वन्यजीव… pic.twitter.com/EZsJobzmsG
ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଚିତା ଏବଂ ତାର ଶାବକଙ୍କ ଫଟୋ ପୋଷ୍ଟ କରିଛନ୍ତି । ଏହି ୪ ଶାବକଙ୍କ ଜନ୍ମ ପରେ ଏବେ କୁନୋରେ ଚିତା ସଂଖ୍ୟା ୫୭ରେ ପହଞ୍ଚିଛି । ସେଥିମଧ୍ୟରୁ ୩୭ଟି ଚିତା ଭାରତୀୟ ।