କରଞ୍ଜିଆ : ଆସିଲା ଦୁର୍ଘଟଣା ଖବର । ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ମୃତ, ଜଣେ ଗୁରୁତର ଓ ୩ ଆହାତ ହୋଇଥିବା ସୂଚନା ମିଳିଛି । ସ୍କର୍ପିଓ ଏବଂ ମୋଟରସାଇକେଲ ଦୁର୍ଘଟଣା ଘଟିଥିବାବେଳେ୨ ମୃତ ଓ ୨ ଆହାତ ହୋଇଛନ୍ତି । ଅନ୍ୟପଟେ ଯାତ୍ରୀବାହୀ ବସ୍ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର,୧ ଆହାତ ଥିବା ଜଣା ପଡ଼ିଛି ।
୨୨୦ ନମ୍ବର ଜାତୀୟ ରାଜପଥ କରଞ୍ଜିଆ ବାଉନାଶାଳ ନିକଟସ୍ଥ ଗ୍ରୀଡ ସମ୍ମୁଖରେ ଏକ ଭୟାବହ ଦୁର୍ଘଟଣା ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ଘଟିଛି । ଏକ ସ୍କର୍ପିଓ ଦୃତ ଗତିରେ ଘଟଗାଁ ତାରିଣୀ ଦର୍ଶନ ପାଇଁ ଝାଡ଼ଖଣ୍ଡର ଜାମସେଦପୁରରୁ ଆସୁଥିବା ବେଳେ ଏକ ମଟରସାଇକେଲ କରଞ୍ଜିଆ ପଟରୁ ଯାଉଥିବା ବେଳେ ଧକ୍କା ହୋଇଥିଲା। ମୋଟରସାଇକେଲଟି ରାସ୍ତାରୁ ଛିଟିକି ପଡ଼ିଥିଲା ଏବଂ ସ୍କର୍ପିଓର ମଧ୍ୟ ସମ୍ମୁଖ ପଟ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି ।
ମୋଟରସାଇକେଲ ଯୋଗେ କରଞ୍ଜିଆ ପଟରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ନିଜ ଘର ଯଶିପୁର ବ୍ଲକ ପାଣ୍ଠ କୁ ଯାଉଥିବା ସ୍ୱାମୀ ଓ ସ୍ତ୍ରୀ କବିତା ନାଏକ ଓ ଶଙ୍କର ନାଏକ ଏହି ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତା ଉପରେ ପଡ଼ିଥିବା ରାସ୍ତାରେ ଯାଉଥିବା ଲୋକେ ଦେଖି କରଞ୍ଜିଆ ଥାନାକୁ ଖବର ଦେଇଥିଲେ।ଖବର ପାଇ କରଞ୍ଜିଆ ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ନିର୍ଦ୍ଦେଶ ମତେ ସବ୍ ଇନ୍ସପେକ୍ଟର ଭାରତୀ ନାଏକ ଘଟଣାସ୍ଥଳରେ ପହଞ୍ଚି ଉଭୟ କବିତା ଓ ଶଙ୍କରଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁର୍ଘଟଣାରେ ସ୍କର୍ପିଓରେ ଯାଉଥିବା ୨ ଜଣ ମହିଳା ଆହାତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସ୍କର୍ପିଓ ନମ୍ବର ଜେଏଚ ୦୫ ବିଏଫ ୧୨୫୮ ଥିବା ବେଳେ ମଟରସାଇକେଲ ନମ୍ବର ଓଆର ୦୯ ଜେ ୨୭୯୮ ବୋଲି ଜଣାପଡ଼ିଛି।ସେହିପରି କରଞ୍ଜିଆ ବ୍ଲକ ଠାକୁରମୁଣ୍ଡା- କରଞ୍ଜିଆ ରାଜ୍ୟ ରାଜପଥ ନମ୍ବର ୫୩ କାଦଡିହା ଭାଟିସାହି ଛକ ଏକ ହୁଡ଼ି ନିକଟରେ ପ୍ରାୟ ସାଢେ଼ ୧୧ ସମୟରେ କରଞ୍ଜିଆ ପଟରୁ ଉଦଳା ଯାଉଥିବା ପ୍ରଶାନ୍ତି ବସ୍ ସହ ଅପର ପଟରୁ ଆସୁଥିବା ଏକ କାର ନମ୍ବର ଓଡି୦୪ ଜେ ୦୦୨୨ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ବିଷୟରେ ବସ୍ ରେ ଥିବା ଲୋକମାନେ କରଞ୍ଜିଆ ଥାନାକୁ ଖବର ଦେଇଥିଲେ।
କରଞ୍ଜିଆ ଥାନା ପକ୍ଷରୁ ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି କିଛି ଗୁରୁତରଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲା। ଏହି ଦୁର୍ଘଟଣାରେ କାରରେ ଥିବା ଅନ୍ୟୁନ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଓ ୧ ଆହାତ ହୋଇଥିବା ଜଣାପଡ଼ିଛି। ।କାରରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ।ମୃତ ବ୍ୟକ୍ତି ମାନେ ସମସ୍ତେ କାର ଆରୋହୀ ଓ ଯାଜପୁରର ଲୋକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ତେବେ ଗୁରୁତର ଆହାତଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରଦୀପ କୁମାର ବଳ ସାମନ୍ତ,ଆହାତ ଜଣଙ୍କ ନାମ ହେଲା ପାଲୁ ବଳ ଏଵଂ ମୃତକ ୨ ଜଣ ହେଲେ ନିଳମଣୀ ସାହୁ ଓ ଧର୍ମଶାଳାର ମବୁ ଵଳ। ଗୁରୁତର ଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରାଯାଇଛି।।କାର ଯାତ୍ରୀ ମାନେ ରାଇରଙ୍ଗପୁର ଅଭିମୁଖେ ଯାଉଥିଲେ। ଭୁବନେଶ୍ବରରୁ ଫେରୁଥିବା ବେଳେ ଘଟଣାସ୍ଥଳରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ବସ୍ ର ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।
ଏହାସହ ପଢ଼ନ୍ତୁ : ମୁମ୍ବାଇରେ ବିରିୟାନୀ ଏବଂ ତରଭୁଜ ଖାଇ ଗୋଟିଏ ପରିବାରର ୪ ମୃତ !