ନୂଆଦିଲ୍ଲୀ,୧୫୧।୧୨: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ରେ ସୋମବାର ଘନ କୁହୁଡି ଦେଖିବାକୁ ମିଳିଛି। ଫରିଦାବାଦ ଓ ନୁହଁ ଜିଲ୍ଲାରେ ଅଲଗା ଅଲଗା ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ବହୁ ଯାନ-ବାହନ ମାଡ଼ ହୋଇଥିବା ବେଳେ ୧୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ ଲୋକଙ୍କ ଭିତରେ ଜଣେ ସିଆଇଏସଏଫର ସବ୍-ଇକ୍ସପେକ୍ଟର ରହିଛନ୍ତି। ପୁଲିସ ମାମଲାର ଯାଞ୍ଚରେ ଲାଗିଛି।
ଫରିଦାବାଦରେ ସୋମବାର ସକାଳେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ଘନ କୁହୁଡି ଦେଖିବାକୁ ମିଳିଛି। ଦୃଶ୍ୟମାନ କ୍ଷମତା କମ୍ ହେବା କାରଣରୁ ବାହନ ଚାଳକଙ୍କୁ ଆଗର ରାସ୍ତା ଦେଖାଯାଇନଇଲା। ଫଳରେ ଗୋଟିଏ ପରେ ଗୋଟିଏ ଗାଡ଼ି ପରସ୍ପର ସହ ମାଡ଼ ହେବାରେ ଲାଗିଥିଲା। ଫରିଦାବାଦର କେଲ୍ ଗାଁ ନିକଟରେ ଅଲଗା ଅଲଗା ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ଦୁର୍ଘଟଣାରେ ଏକ କାର ସଡକ କଡରେ ଠିଆ ହୋଇଥିବା କ୍ୟାଣ୍ଟର ସହ ମାଡ଼ ହାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଭିତରେ ଥିବା ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
ଏହି ସ୍ଥାନଠାରୁ କିଛି ଦୂରରେ ଦ୍ବିତୀୟ ଦୁର୍ଘଟଣା ଘଟିଛି। ଏକ କ୍ୟାଣ୍ଟରକୁ ପଛପଟୁ ଗୋଟିଏ କାର ପିଟି ଦେଇଥିଲା। କାର ଚାଳକ ଜଣକ ଯଦିଓ ବଞ୍ଚି ଯାଇଛନ୍ତି, କିନ୍ତୁ କାର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସେଭଳି ନୁହଁ ଜିଲ୍ଳାରେ ମଧ୍ୟ ଭୟଙ୍କର ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି। ଭୋର ପ୍ରାୟ ୪ଟା ବେଳେ ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେରେ ପ୍ରାୟ ୩୦ ବାହନ ପରସ୍ପର ମଧ୍ୟରେ ମାଡ଼ ହୋଇଥିଲ। ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।