- ନିକଟରେ ଇଂଲଣ୍ଡ ଆୟୋଜିତ ଟି-୨୦ ଏବଂ ଦିନିକିଆ ସିରିଜ ଖେଳିଥିଲା ଟିମ୍ ଇଣ୍ଡିଆ
- ଉଭୟ ସିରିଜରେ ପରାଜୟ ଭୋଗିଥିଲା ଭାରତୀୟ ଦଳ
- ଉଭୟ ସିରିଜରେ ଅନେକ ଖେଳାଳି ବିଫଳ ହୋଇଥିଲେ
- ଏବେ ପରବର୍ତ୍ତି ଦିନିକିଆରେ ଭାରତୀୟ ଦଳର ୪ ଜଣ ଖେଳାଳିଙ୍କୁ ମିଳିନପାରେ ସୁଯୋଗ
ନୂଆଦିଲ୍ଲୀ,୨୩/୦୭: ଟିମ୍ ଇଣ୍ଡିଆ ନିକଟରେ ଇଂଲଣ୍ଡ ଗସ୍ତ ସମୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳିଥିଲା। 'ମେନ୍ ଇନ୍ ବ୍ଲୁ' ଉଭୟ ସିରିଜ୍ ରେ ପରାଜୟର ସମ୍ମୁଖୀନ ହୋଇଥିଲା। ଭାରତ ଦିନିକିଆ ସିରିଜ୍ ପାଇଁ ପ୍ରାୟ ପୂର୍ଣ୍ଣ ଶକ୍ତି ସହିତ ଏକ ଦଳକୁ ମଇଦାନକୁ ଛାଡ଼ିଥିଲେ ସୁଦ୍ଧା ସେମାନେ ଆୟୋଜକ ଇଂଲଣ୍ଡ ଠାରୁ ୧-୨ରେ ପରାସ୍ତ ହୋଇଥିଲେ। ୫୦ ଓଭର ସିରିଜ୍ ରେ ଏହି ପରାଜୟ ଅନେକ ଖେଳାଳିଙ୍କ କ୍ୟାରିଅରକୁ ବିପଦରେ ପକାଇଛି। ଏଠାରେ, ଆମେ ଏପରି ଚାରି ଜଣ ଖେଳାଳିଙ୍କ ବିଷୟରେ କହୁଛୁ, ଯେଉଁମାନେ ଆଗକୁ ଦିନିକିଆ ଦଳରେ ସ୍ଥାନ ପାଇବା ପ୍ରାୟ ଅସମ୍ଭବ ହେବ।
ଓ୍ବାଶିଂଟନ ସୁନ୍ଦର ଏବଂ ଶିବମ ଦୁବେ
ଅଧିକ ପଢ଼ନ୍ତୁ: India tour of Zimbabwe: ଜିମ୍ବାୱେ ଓ ଭାରତ ପ୍ରଥମ ଟି-ଟ୍ବେଣ୍ଟି ମୁକାବିଲା; ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ ପାଇଁ ତତ୍ପର ଆୟର ସେନା
ଓ୍ବାଶିଟନ ସୁନ୍ଦର:
ତାଲିକାର ପ୍ରଥମରେ ରହିଛି ସ୍ପିନ୍-ବୋଲିଂ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କର ନାଁ। ସୁନ୍ଦର ଦିନିକିଆ ସିରିଜରେ ଦୁଇଟି ମ୍ୟାଚ୍ ଖେଳିଥିଲେ ସୁଦ୍ଧା ପ୍ରାୟତଃ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ। ଦୁଇଟି ଇନିଂସରେ ତାଙ୍କ ବ୍ୟାଟରୁ ଯଥାକ୍ରମେ 52 ଏବଂ 2 ରନ ବାହାରିଥିଲା କିନ୍ତୁ ବୋଲିଂରେ ସେ ଗୋଟିଏ ବି ଓ୍ବିକେଟ ନେଇପାରିନଥିଲେ।
ଶିବମ ଦୁବେ:
ତାଲିକାର ପରବର୍ତ୍ତୀ ସ୍ଥାନରେ ରହିଛନ୍ତି ପେସ୍-ବୋଲିଂ ଅଲରାଉଣ୍ଡର ଶିବମ୍ ଦୁବେ। ମୁଖ୍ୟତଃ ଭାରତ T20 ଖେଳୁଥିବା ଦୁବେ ମଧ୍ୟ ଇଂଲଣ୍ଡ ଦିନିକିଆ ସିରିଜରେ 2ଟି ମ୍ୟାଚ୍ ଖେଳିଥିଲେ ଏବଂ ଶୂନରେ ଆଉଟ ହୋଇଥିଲେ। ଏହି ସମୟରେ, ବୋଲିଂରେ ସେ ମାତ୍ର ଦୁଇଟି ଓ୍ବିକେଟ ନେଇପାରିଥିଲେ।
ଇଶାନ କିଶନ
ଆହୁରି ପଢ଼ନ୍ତୁ: Commonwealth Games 2026 : ଆଜିଠୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ରାତି ୧୦ଟା ୩୦ ମିନିଟରେ ଉଦ୍ଘାଟନୀ ଉତ୍ସବ
ଇଶାନ କିଷନ:
ବାମହାତୀ ୱିକେଟକିପର-ବ୍ୟାଟର ଇଶାନ କିଶାନ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସିରିଜରେ ଦୁଇଟି ମ୍ୟାଚ୍ ଖେଳି ଯଥାକ୍ରମେ 1 ଏବଂ 14 ରନ କରିଥିଲେ। ଇଶାନ କିଶନଙ୍କ ବିଫଳତା ଯୋଗୁ ମିଡିଲ ଅର୍ଡର ଦୁର୍ବଳ ପରି ମନେ ହେଉଥିଲା।ଉଲ୍ଲେଖଯୋଗ୍ୟ, ଇଶାନ କିଶନ ଏକମାତ୍ର ଖେଳାଳି ଭାବେ ତିନୋଟି ଯାକ ଫର୍ମାଟରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି।
ପ୍ରିନ୍ସ ଯାଦବ
ପ୍ରିନ୍ସ ଯାଦବ:
ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କ ଉପରେ ବହୁତ ଆଶା ରଖାଯାଇଥିଲା। ତଥାପି, ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ପ୍ରିନ୍ସ ଯାଦବ କିନ୍ତୁ ଦିନିକିଆ ସିରିଜରେ ପ୍ରଭାବି ସାବ୍ୟସ୍ତ ହୋଇପାରିନଥିଲେ। ତାଙ୍କୁ ଲର୍ଡସ ଦିନିକିଆରେ ତାଙ୍କୁ ଶେଷ ସୁଯୋଗ ଦିଆଯାଇଥିଲା କିନ୍ତୁ ସେ ବିଶେଷ ପ୍ରଭାବ ପକାଇ ପାରିନଥିଲେ। ସେ ତାଙ୍କ ୧୦ ଓଭରରେ ୭.୯୦ ଇକୋନୋମି ରେଟରେ ୭୯ ରନ ଦେଇଥିଲେ ଏବଂ କେବଳ ଗୋଟିଏ ୱିକେଟ ନେଇଥିଲେ। ପରବର୍ତ୍ତୀ ଦିନିକିଆ ସିରିଜରେ ଏହି ଖେଳାଳିମାନଙ୍କୁ ସୁଯୋଗ ମିଳିବ କି ନାହିଁ ତାହା ଦେଖିବା ଆକର୍ଷଣୀୟ ହେବ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଟିମ୍ ଇଣ୍ଡିଆରେ ବାରମ୍ବାର ହେଉଥିଲେ ଇଗନୋର୍, ଏବେ କୂଲଦୀପ ଯାଦବ ଧରିଲେ ଏହି ଟିମର ହାତ