ହାରାରେ, ୨୨/୦୭: ଘରୋଇ ଜିମ୍ବାୱେ ଓ ଭାରତ ମଧ୍ୟରେ ଆସନ୍ତା କାଲି ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଶ୍ରେୟାସ ଆୟରଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିବାକୁ ତତ୍ପର ରହିଛି । କିନ୍ତୁ ଜିମ୍ବାୱେକୁ ହାଲକା ଭାବେ ଗ୍ରହଣ କରିବା ବୁମେରାଂ ସାବ୍ୟସ୍ତ ହେବ । ଆୟର ଅଧିନାୟକ ନିଯୁକ୍ତ ହେବା ଦିନଠୁ ଗୋଟିଏ ହେଲେ ମ୍ୟାଚ ଜିତି ନାହାନ୍ତି । ତେଣୁ ଜିମ୍ବାୱେ ବିପକ୍ଷ ସିରିଜ ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି । ହାରାରେ ସ୍ପୋର୍ଟ୍ସ କ୍ଲବ୍‌ ଗ୍ରାଉଣ୍ଡର ପିଚ୍‌ ପାରମ୍ପରିକ ଭାବେ ପେସ୍‌ ବୋଲରଙ୍କୁ ସହାୟତା କରୁଥିଲେ ହେଁ ଏଠାରେ ବିଶାଳ ସ୍କୋର ସମ୍ଭବ । ପିଚ୍‌ରୁ ଅତିରିକ୍ତ ବାଉନ୍ସ ମିଳିବ । ମାତ୍ର ଦ୍ରୁତ ଆଉଟ୍‌ ଫିଲ୍ଡ ଯୋଗୁଁ ବଡ ସ୍କୋର ସଂଗୃହୀତ ହୋଇ ପାରିବ । ଦିନରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ଭାରତ ଆଜି ବୋଲିଂ ବିଭାଗରେ ପରୀକ୍ଷା ନିରୀକ୍ଷା କରିବା ନିଶ୍ଚିତ । ଦଳରେ ସ୍ଥାନ ପାଇଥିବା ୪ଜଣ ପେସ୍‌ ବୋଲର ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅଶୋକ ଶର୍ମା ଓ ୟଶ ଠାକୁରଙ୍କ ମଧ୍ୟରୁ ୩ଜଣ ଏକାଦଶରେ ସ୍ଥାନ ପାଇବା ଆଶା କରାଯାଉଛି । ସେହିପରି ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ହର୍ଷ ଦୁବେଙ୍କୁ ଏକାଦଶରେ ସ୍ଥାନ ମିଳିପାରେ । ପେସ ବୋଲିଂ ଅଲରାଉଣ୍ଡର ଭାବେ ଶିବମ ଦୁବେ ସ୍ଥାନ ବଜାୟ ରଖିବେ । ପ୍ରତ୍ୟାବର୍ତ୍ତନ କରିଥିବା ରିଙ୍କୁ ସିଂହ ବ୍ୟାଟିଂ କ୍ରମର ୬ନଂ ସ୍ଥାନରେ ଖେଳିବେ । ଆୟରଙ୍କ ନେତୃତ୍ୱ ଅପେକ୍ଷା ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଇଂଲଣ୍ଡରେ ସେ ପଦାର୍ପଣ କରିଥିଲେ ହେଁ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନଥିଲେ । ଜିମ୍ବାୱେରେ ସବୁ ସମାଲୋଚକଙ୍କୁ ସେ ଚୁପ୍‌ କରିବା ପାଇଁ ପ୍ରସ୍ତୁତ । ୫ନଂ ସ୍ଥାନରେ ତିଳକ ବର୍ମାଙ୍କୁ ଖେଳାଇବାର ଯୋଜନା ଫେଲ ମାରିଥିଲେ ହେଁ ଭାରତ ନିକଟରେ ଆଉ କୌଣସି ବିକଳ୍ପ ନାହିଁ । କାରଣ ଇଶାନ କିଷନ ୩ନଂ ସ୍ଥାନରେ ବ୍ୟାଟିଂ କରିବା ନିଶ୍ଚିତ ହୋଇ ସାରିଛି ।

ସମ୍ଭାବ୍ୟ ଦଳ ଭାରତ: ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଷନ, ଶ୍ରେୟାସ ଆୟର(ଅଧିନାୟକ), ତିଳକ ବର୍ମା, ରିଙ୍କୁ ସିଂହ, ଶିବମ ଦୁବେ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ୟଶ ଠାକୁର/ଅଶୋକ ଶର୍ମା ।

ଜିମ୍ବାୱେ: ବ୍ରାଏନ ବେନେଟ, ତଡ଼ିୱାନସେ ମାରୁମାନି, ଡିୟନ ମାୟର୍ସ/ୱେସଲି ମଧେଭେରେ, ସିକନ୍ଦର ରାଜା(ଅଧିନାୟକ), ର‌୍ୟାନ ବର୍ଲ, ବ୍ରାଡ ଇଭାନ୍ସ, ୱେଲିଂଟନ ମାସାକାଜା, ମିଲଟନ ଶୁମ୍ବା, ନ୍ୟୁମାନ ନ୍ୟାମହୁରି, ରିଚାଡ 

ଅଧିକ ପଢନ୍ତୁ- IND VS Zim T20: ନୂଆ କୋଚ୍‌ଙ୍କୁ ନେଇ ଜିମ୍ବାୱେ ବିପକ୍ଷରେ ଲଢିବ ଭାରତ, ବୈଭବ-ରିଙ୍କୁଙ୍କ ଉପରେ ନଜର