ନୂଆଦିଲ୍ଲୀ : ବିବାହ ପରେ ଅଲଗା ସମ୍ପର୍କ ରଖିବା ପାପ । ଆମେ ଭାରତୀୟମାନେ ନିଜକୁ ରକ୍ଷଣଶୀଳ ବୋଲି ବୋଲାଉଛେ । ପୌରାଣିକ କାହାଣୀ ଆପଣମାନେ ଏକପତିବ୍ରତା ଏବଂ ମର୍ଯ୍ୟାଦାପୁରୁଷଙ୍କ କଥା ପଢ଼ିଥିବେ ନିଶ୍ଚୟ । କିନ୍ତୁ ଏବେ ଅବୈଧ ସମ୍ପର୍କ ବା ପରକୀୟାପ୍ରୀତି ମାମଲା ଦେଶରେ ବଢ଼ିବାରେ । ଯେଉଁ କାରଣରୁ ବହୁ ଡେଟିଂ ଆପ ମଧ୍ୟ ବଢ଼ିବାରେ ଲାଗିଛି । ଏକ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଭାରତରେ ୪୦ ଲକ୍ଷରୁ ଅଧିକ ବିବାହିତ ଲୋକ ଏପରି ସମ୍ପର୍କ ରଖୁଥିବା ଜଣାପଡ଼ିଛି । ବହୁ ଗୁପ୍ତ ଆପ ମାଧ୍ୟମରେ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖୁଥିବା ଜଣା ପଡ଼ିଛି । ଯେଉଁଥିରେ ଆଗରେ ରହିଛି ବେଙ୍ଗାଲୁରୁ ।

୨୦୨୪ ମସିହାରେ, ଗ୍ଲିଡେନ୍ ୨୫ ରୁ ୫୦ ବର୍ଷ ବୟସର ୧,୫୦୩ ଜଣ ବିବାହିତ ଭାରତୀୟଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଏହି ଅଧ୍ୟୟନରୁ ଜଣାପଡ଼ିଛି କି, ବିବାହ ପରେ ସାଥୀମାନେ କିଭଳି ଭାବେ ଧୋକା ଦେବା ସହ ଅନ୍ୟମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ଏହି ଗବେଷଣାରୁ ଜଣାପଡ଼ିଛି କି, ୬୦ ପ୍ରତିଶତରୁ ଅଧିକ ବିବାହିତ ଲୋକ ଅନ୍ୟ ଜଣକ ସହ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହାସହ ନିଜ ସାଥୀଙ୍କୁ ଛାଡ଼ି ଅନ୍ୟ ଜଣକଙ୍କ ସହ ଅଧିକ ଆକୃଷ୍ଟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ମୁମ୍ବାଇରେ କାମ କରୁଥିବା ଜଣେ ମାର୍କେଟିଂ କର୍ମଚାରୀ ନିଜର ନାଁ ଗୋପନ ରଖି କହିଛନ୍ତି କି, ଅନ୍ୟ ପୁରୁଷ ହେଉ ମହିଳା ହୁଅନ୍ତୁ ଅବୈଧ ସମ୍ପର୍କ ରଖିବା ଏବେ ସାଧାରଣ ହୋଇଗଲାଣି । ଲୋକେ ଜାଣିଶୁଣି ଏଭଳି କରୁଛନ୍ତି । ଅନେକ କ୍ଷେତ୍ରରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ କଥା ଜାଣନ୍ତି ଆଉ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ଅବୈଧ ସମ୍ପର୍କରେ ଜାଣିବା ପରେ ମଧ୍ୟ ଚୁପ୍ ରହିବା ପାଇଁ ବାଧ୍ୟ ହୋଇଥାନ୍ତି । ଏହାସହ ଅନେକ ଲୋକ ମଧ୍ୟ ଖୋଲାଖୋଲି ଭାବରେ ଏହାକୁ ସ୍ବୀକାର କରିଥାନ୍ତି ।

ଗ୍ଲିଡେନରେ ପ୍ରକାଶିତ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଏଭଳି ସମ୍ପର୍କ ରଖିବାରେ ୬୫ ପ୍ରତିଶତ ପୁରୁଷ ଏବଂ ୩୫ ପ୍ରତିଶତ ମହିଳା ରହିଛନ୍ତି । ବହୁ ବିବାହିତ ଲୋକ ଦୀର୍ଘଦିନ ଧରି ଏଭଳି ସମ୍ପର୍କ ରହିଥିବାବେଳେ ଏବେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ଦୁଇ ବର୍ଷରେ ୧୪୮ ପ୍ରତିଶତ ବଢ଼ିଛି । ହାରାହାରି ଯଦି ହିସାବ କରିବା ତାହେଲେ ରାତି ୧୨ଟାରୁ ୩ଟା ମଧ୍ୟରେ ଘଣ୍ଟେରୁ ଦେଢ଼ଘଣ୍ଟା ଚାଟିଂ କରନ୍ତି । ସେପଟେ ରିପୋର୍ଟରେ ପ୍ରକାଶ ପାଇଛି କି, ପୁରୁଷମାନେ ୨୫-୩୦ ବର୍ଷର ମହିଳାଙ୍କ ସହ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରୁଥିବାବେଳେ ମହିଳାମାନେ ୪୦-୫୦ ବର୍ଷର ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ।

ରିପୋର୍ଟରେ ପ୍ରକାଶ ପାଇଛି କି, ମେଟ୍ରୋ ସହର ଗୁଡ଼ିକରେ ଏଭଳି ଡେଟିଙ୍ଗ ଆପରୁ ଖରାପ ସମ୍ପର୍କ ରଖିବା ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସବୁଠୁ ଆଗରେ ରହିଛି ବେଙ୍ଗାଲୁରୁ ୧୮% । ଅନ୍ୟ ସହରମାନଙ୍କ ମଧ୍ୟରେ ହାଇଦ୍ରାବାଦ ୧୭%, ଦିଲ୍ଲୀ ୧୧%, ମୁମ୍ବାଇ ୯% ଏବଂ ପୁଣେ ୭% ରହିଛି । ଏହାସହ ଲକ୍ଷ୍ନୌ, ଚଣ୍ଡିଗଡ଼, ସୁରଟ, କୋଏମ୍ବାଟୁର, ପାଟନା, ଗୌହାଟୀ ଭଳି ସହରରେ ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏବେ ମହିଳାମାନେ ଅଧିକ ଆପ ବ୍ୟବହାର କରିବା ସହ ସମ୍ପର୍କ ରଖିବାକୁ ଭଲ ପାଉଥିବା ଜଣାପଡ଼ୁଛି । ପୂର୍ବ ଅପେକ୍ଷା ମହିଳା ୟୁଜର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

​​​​​​​ଏହାସହ ପଢ଼ନ୍ତୁ : IPLରେ ଲାଗିଛି ଦୁଇବର୍ଷର ବ୍ୟାନ୍, PSL ଖେଳିବାକୁ ପହଞ୍ଚିଲେ ଏହି ଖେଳାଳି