ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

୪ ବର୍ଷର ଶିଶୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Published By : Bijay Swain | July 16, 2025 9:37 PM

ଫୁଲବାଣୀ, ୧୬/୭: ଜଣେ ୪ ବର୍ଷର ଶିଶୁଙ୍କୁ ଦୁଷ୍କର୍ମ ଏବଂ ତାଙ୍କ ମାଙ୍କୁ ଅସଦାଚାରଣ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଦୋଷୀକୁ ୩୦ ହଜାର ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ଅଛି । ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଂଚଳର ଶଙ୍କର ପ୍ରଧାନ(୨୬) । 

ଘଟଣା ଅନୁଯାୟୀ, ୨୦୨୪ ମସିହା ଜାନୁଆରୀ ୩୦ ତାରିଖ ଦିନ ଅଭିଯୁକ୍ତ ଶଙ୍କର ପ୍ରଥମେ ପିଡିତାଙ୍କ ଘରକୁ ଯାଇ ତାଙ୍କ ମାଙ୍କୁ ଅସଦାଚାରଣ କରିଥିଲେ । ଏହି ବିଷୟରେ ମହିଳା ଜଣକ କାହାକୁ କିଛି କହି ନଥିଲେ । ଏହାର ଠିକ ୭ ଦିନ ପରେ ଅଭିଯୁକ୍ତ ଜଣକ ପୁଣି ତାଙ୍କ ଘରକୁ ଯାଇଥିଲେ। ତେବେ ମହିଳା ଜଣଙ୍କ ତାଙ୍କ ଦୋକାନରେ ଥିବା ବେଳେ ଘର ଭିତରେ ଥିବା ୪ ବର୍ଷର ଝିଅକୁ ଏକୁଟିଆ ପାଇ ଶଙ୍କର ତାଙ୍କ ସହ ଦୁଷ୍କର୍ମ କରି ଚାଲି ଯାଇଥିଲା । ଏନେଇ ପରେ ପିଡିତା ଶିଶୁ ଜଣଙ୍କ ତାଙ୍କ ମାଙ୍କୁ କହିଥିଲେ । ହେଲେ ମହିଳା ଜଣଙ୍କ ଏନେଇ କାହାକୁ କହି ନ ଥିଲେ । ପୁଣି ଫେବୃୟାରୀ ୧୫ ତାରିଖରେ ଅଭିଯୁକ୍ତ ଶଙ୍କର ଗ୍ରାମର ଆଉ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିଲେ । ସମ୍ପୃକ୍ତା ମହିଳା ଘଟଣା ବିଷୟରେ ଜଣାଇବାରୁ ୧୬ ତାରିଖରେ ଗ୍ରାମରେ ସଭା ବସିଥିଲା । 

ସେହି ସଭାରେ ପୂର୍ବରୁ ଅସଦାଚାରଣ ହୋଇଥିବା ମହିଳା ନିଜ କଥା ଏବଂ ଝିଅକୁ ବଳାତ୍କାର ହୋଇଥିବା ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ମହିଳା ୧୯ ତାରିଖରେ ରାଇକିଆ ଥାନାରେ ଏନେଇ ଏତଲା ଦେଇଥିଲେ । ପୋଲିସ ୨୦/୨୪ରେ ଏକ ମାମଲା ରୁଜୁ କରି ଶଙ୍କରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ଶୁଣାଣୀ କରି ବିଚାରପତି ମନୋରଞ୍ଜନ ଦାସ  ୧୯ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଦେବା ସହ ପିଡୀତାଙ୍କୁ କ୍ଷତି ପୁରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.