ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ସରିଲା ଗଣନା, ଚନ୍ଦକା ଜଙ୍ଗଲରେ ଅଛନ୍ତି ୪୦ ହାତୀ

Published By : Rasmita Pradhan | November 20, 2024 11:40 AM

ଭୁବନେଶ୍ୱର, ୨୦/୧୧ : ରାଜ୍ୟରେ ତିନିଦିନ ଧରି ଚାଲିଥିବା ହାତୀ ଗଣନା ଶେଷ ହୋଇଛି । ଚଳିତମାସ ଶେଷ ସପ୍ତାହରେ ଗଣନା ରିପୋର୍ଟ ପ୍ରକାଶ ପାଇବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ଏଥର ଗଣନାରୁ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ମୋଟ ୪୦ଟି ହାତୀ ଥିବା ଜଣାପଡ଼ିଛି । ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଏଥର ୭ଟି ମଞ୍ଚା ସହିତ ଜଙ୍ଗଲ ଭିତରେ ଥିବା ୱାଚ୍‌ଟାୱାରକୁ ମିଶାଇ ମୋଟ ୨୭ଟି ମଞ୍ଚାରେ ୨୭ଟି ୟୁନିଟ୍‌ ନିୟୋଜିତ ଥିଲେ । ଗୋଟିଏ ୟୁନିଟ୍‌ରେ ୪ ଜଣ ଲେଖାଏ ଅର୍ଥାତ ସମୁଦାୟ ୧୦୮ ବନ କର୍ମଚାରୀ ଗଣନା କରୁଥିଲେ । ତିନିଦିନ ଗଣନାରୁ ଏଥର ଏହି ଜଙ୍ଗଲରେ ହାତୀଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି । ଗତ ମେ’ ମାସ ଗଣନାରେ ଏଠାରେ ୪୫ ହାତୀ ଥିବା ବେଳେ ଏଥର ଗଣନାରେ ୪୦ ହାତୀ ଥିବା ଜଣାପଡ଼ିଛି । 

ଅଭୟାରଣ୍ୟର ଭୁବନେଶ୍ୱର ରେଞ୍ଜ (ଭରତପୁର)ରେ ସର୍ବାଧିକ ୧୬ଟି ହାତୀ ଥିବା ବେଳେ ଚନ୍ଦକା ରେଞ୍ଜରେ ୧୪ଟି, ହଳଦିଆ ରେଞ୍ଜରେ ୫ଟି ଓ ଡମପଡ଼ା ରେଞ୍ଜରେ ୫ଟି ହାତୀ ଥିବା ଜଣାପଡ଼ିଛି । ଏହି ୪୦ ହାତୀଙ୍କ ମଧ୍ୟରେ ୧୫ଟି ମାଈ ହାତୀ ଥିବା ବେଳେ ୮ଟି ଦନ୍ତା, ୧୪ଟି କମ୍‌ ବୟସର ଓ ୩ଟି ମାଖ୍‌ନା ହାତୀ ଥିବା ଜଣାପଡ଼ିଛି । 

ସୂଚନା ଥାଉକି, ୧୯୮୩ ମସିହାରେ ଏହି ଅଭୟାରଣ୍ୟରେ ୧୮୨ଟି ହାତୀ ଥିଲେ । ତେଣୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଚନ୍ଦକା-ଡମପଡ଼ା ଅଭୟାରଣ୍ୟକୁ ହସ୍ତୀ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ । ତେବେ ଦ୍ରୁତ ସହରୀକରଣ, ଜଙ୍ଗଲ ଉପକଣ୍ଠରେ କଳକାରଖାନା ସୃଷ୍ଟି, ଜଙ୍ଗଲ କଡ଼ଦେଇ ଜାତୀୟ ରାଜପଥ, ଜଙ୍ଗଲ ମଧ୍ୟରେ ୫ ଗ୍ରାମବାସୀଙ୍କ ଚଳପ୍ରଚଳ ଓ ଗାଡ଼ିମୋଟର ଯାତାୟାତ ଯୋଗୁଁ ଧୀରେଧୀରେ ଏହି ଜଙ୍ଗଲ ସଂକୁଚିତ ହେବା ସାଙ୍ଗକୁ ହାତୀଙ୍କ ଚଲାପଥ ମଧ୍ୟ ସଂକୁଚିତ ହେବାରେ ଲାଗିଲା । ଯାହାଫଳରେ ହାତୀଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି ହେଲା। ଅଭୟାରଣ୍ୟ ଆଉ ଅଭୟାରଣ୍ୟ ହୋଇରହିଲା ନାହିଁ । ତେଣୁ ଏହି ଜଙ୍ଗଲ ଛାଡ଼ି ହାତୀମାନେ ଅନ୍ୟ ଜଙ୍ଗଲକୁ ପଳାଇଲେ । 

୨୦୦୭ ଗଣନାରେ ଏହି ଜଙ୍ଗଲରେ ହାତୀ ସଂଖ୍ୟା କମି ୬୭କୁ ଖସି ଆସିଥିବା ବେଳେ ୨୦୧୦ରେ ୨୩ଟି, ୨୦୧୨ରେ ୨୪ଟି, ୨୦୧୫ରେ ୮ଟି ଓ ୨୦୧୭ ଗଣନାରେ ଏହି ଜଙ୍ଗଲରେ ମାତ୍ର ଗୋଟିଏ ହାତୀ ଦେଖିବାକୁ ମିଳିଥିଲା । ଗତ ମେ’ ମାସ ଗଣନାରେ ଏଠାରେ ହାତୀ ସଂଖ୍ୟାରେ ବୃଦ୍ଧି ଘଟି ୪୫ରେ ପହଞ୍ଚିଥିବା ବେଳେ ଏଥର ଗଣନାରେ ୫ଟି ହାତୀ କମିଥିବା ଜଣାପଡ଼ିଛି । ବିଦ୍ୟୁତ୍‌ ଆଘାତରେ ଏଠାରେ ଥିବା ‘ରାମୁ’ ହାତୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଟି ହାତୀ ଆଠଗଡ଼ ଜଙ୍ଗଲକୁ ପଳାଇଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.