ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା : ମେଘନାଦ ପାଚେରୀ ଡେଇଁ ମନ୍ଦିର ଭିତରେ ପଶିଲେ ୪ ଯୁବକ

Published By : Rasmita Pradhan | July 9, 2025 11:50 AM

ପୁରୀ, ୦୯/୦୭ :  କଡ଼ା ସୁରକ୍ଷା ବଳୟ ଭେଦି ଶ୍ରୀମନ୍ଦିର ମେଘନାଦ ପାଚେରି ଡେଇଁଲେ । ସ୍ପଷ୍ଟ ଦିବାଲୋକରେ ବି ଦେଖି ପାରିଲାନି ପୁଲିସ । ରୋକି ପାରିଲେନି ପ୍ଲାଟୁନ ପ୍ଲାଟୁନ ସୁରକ୍ଷା ବଳ । ଧରି ପାରିଲାନି ଏଆଇ କ୍ୟାମେରା । ରଥଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିର ଏବେ ପୁଲିସ ଛାଉଣିରେ ରହିଛି । ଏଭଳି ସ୍ଥିତିରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ୪ ଜଣ ବ୍ୟକ୍ତି ଦକ୍ଷିଣଦ୍ୱାର ନିକଟରେ ମେଘନାଦ ପାଚେରି ଡେଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ବ୍ୟକ୍ତିମାନଙ୍କର ପରିଚୟ ମିଳିପାରିନାହିଁ । ତେବେ ସେମାନେ ଶ୍ରୀମନ୍ଦିର ଭିତରକୁ କୌଣସି ଦ୍ୱାର ପଟେ ନ ଯାଇ ଏଭଳି ମେଘନାଦ ପାଚେରି କାହିଁକି ଡେଇଁ ଗଲେ ତାହା ସନ୍ଦେହ ସୃଷ୍ଟି କରିଛି । ଏହା କେବଳ ଦୁର୍ବଳ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇନି ବରଂ ପ୍ରଶାସନିକ ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି । 

ଏହି ବ୍ୟକ୍ତିମାନେ ମେଘନାଦ ପାଚେରୀ ନିକଟରେ ଥିବା ଆବର୍ଜନାର ପାହଡ ଚଢ଼ି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ନିୟମିତ ଭାବେ ଆବର୍ଜନା ସଫା କରାନଯିବାରୁ ଏହାର ଫାଇଦା ଉଠାଇଛନ୍ତି ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ । ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଶ୍ରୀମନ୍ଦିରକୁ ନିକଟରେ ରକ୍ଷକ ଭ୍ୟାନ ପଇନ୍ତରା ମାରିବା ସହ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ମୁତୟନ କରାଯାଇଛି । କେବଳ ସେତିକି ନୁହେଁ ରଥଯାତ୍ରା ପାଇଁ ଏନ୍‌ଏସ୍‌ଜିର ସ୍ୱତନ୍ତ୍ର ଫୋର୍ସ ମଧ୍ୟ ଶ୍ରୀମନ୍ଦିର ନିକଟରେ ମୁତୟନ ହୋଇଛନ୍ତି । ଏହା ସହ କୋଟି କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଏବଂ ଶ୍ରୀମନ୍ଦିର ଭିତରେ ଏଆଇ କ୍ୟାମେରା ଲଗାଯାଇଛି । କେବଳ ସେତିକି ନୁହେଁ ଫେସ୍‌ ଡିଟେକ୍ଟର ମେସିନ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ବ୍ୟବହାର କରାଯାଉଛି । ଯାହାକୁ କଡ଼ା ସୁରକ୍ଷା ବ୍ୟବସ୍ଥା କୁହାଯାଉଛି ତାକୁ ଏହି ୪ ଜଣ ଫୁ କରି ଉଡ଼ାଇ ଦେଇଛନ୍ତି । ମେଘନାଦ ପାଚେରି କଡରେ ଆବର୍ଜନାର ପାହାଡ ତଳୁ ଉପରେ ଯାଏଁ ଭରି ରହିଥିବାରୁ ଯେକୌଣସି ବ୍ୟକ୍ତି ଅତି ସହଜରେ ଏହା ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ଯାଇପାରିବ । ସବୁ ଦିନ ମେଘନାଦ ପାଚେରି ନିକଟରେ ଏଭଳି ଆବର୍ଜନା ଜମି ରହୁଛି । ନିୟମିତ ଭାବେ ଏଠାରୁ ଅଳିଆ ଉଠୁନି । 

ଶ୍ରୀମନ୍ଦିର ଆବର୍ଜନା ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ୪ଟି ଗାର୍ବେଜ୍‌ ଚ୍ୟୁଟ୍‌ ଲଗାଯାଇଥିଲା । ହେଲେ ଏହି ଗାର୍ବେଜ ଚ୍ୟୁଟ ନିର୍ମାଣ ଦିନରୁ ଅକାମି ହୋଇରହିଛି । ଫଳରେ ମନ୍ଦିରରୁ ବାହାରୁଥିବା ଆବର୍ଜବା ସବୁ ମେଘନାଦ ପାଚେରି କଡ଼ରେ ଗଦା ହୋଇରହୁଛି । ଶ୍ରୀମନ୍ଦିରରୁ ପ୍ରତ୍ୟେକ ଦିନ ଟନ୍‌ଟନ୍‌ ଆବର୍ଜନା ବାହାରୁଛି । ଆନନ୍ଦ ବଜାରରୁ ବାହାରୁଥିବା ପତ୍ର ଓ ଅନ୍ୟାନ୍ୟ ଆବର୍ଜନା ସହ ହାଣ୍ଡି କୁଡ଼ୁଆ ଏବଂ ବାସୀ ଫୁଲ ଓ ପଲିଥିନ୍‌ ସବୁ ମେଘନାଦ ପାଚେରି ଦେଇ ବାହାରକୁ ଫିଙ୍ଗାଯାଉଛି । ଶ୍ରୀମନ୍ଦିର ରୋଷଶାଳାରୁ ମଧ୍ୟ ଦୈନିକ ଅନେକ ଆବର୍ଜନା ବାହାରିଥାଏ । ସେହିଭଳି ଉତ୍ତରଦ୍ୱାର ନିକଟସ୍ଥ ମେଘନାଦ ପାଚେରି ଦେଇ ଆନନ୍ଦ ବଜାରରୁ ବାହାରୁଥିବା ଆବର୍ଜନା ପଡୁଛି । ବର୍ଷବର୍ଷ ଧରି ମେଘନାଦ ପାଚେରି ଦେଇ ଅଳିଆ ସବୁକୁ ବାହାରକୁ ପକାଯାଉଛି । ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ହେଲେ କାହାର ନଜର ପଡ଼ିଲାନି । ଅତୀତରେ ଘଟିଥିବା ଅଘଟଣ ଜାଣି ମଧ୍ୟ ପ୍ରଶାସନ ଚେତିଲାନି । ନୀଳାଦ୍ରି ବିଜେରେ ବିଏସ୍‌ଏଫ୍‌, ଏସ୍‌ଓଜି, ଏନ୍‌ଏସ୍‌ଜି, ସିଆର୍‌ପିଏଫ୍‌, ଆର୍‌ଏଏଫ୍‌, ଏସ୍‌ଏଏଫ୍‌, ଜେଟିପି, ଜେଟିପି ସ୍କ୍ୱାଡ୍‌, ଓଏସ୍‌ଏପି, ଶ୍ରୀମନ୍ଦିର ସ୍କ୍ୱାଡ୍‌ଙ୍କୁ ମିଶାଇ ୧୦ ହଜାର ଫୋର୍ସ ଓ ୧ ହଜାର ପୁଲିସ ଅଧିକାରୀ ନିୟୋଜିତ ଥିଲେ । ସମସ୍ତଙ୍କ ଆଖିରେ ଧୂଳି ଦେଇ ଦୁର୍ବୃତ୍ତ ମେଘନାଦ ଡେଇଁ ଭିତରକୁ ପଶିବାରୁ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.