ପ୍ରମୂଖ ଖବର
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭଦୋଦରାରେ ଭୁଶୁଡ଼ିଲା ୪୩ ବର୍ଷ ପୁରୁଣା ବ୍ରିଜ୍‌, ନଦୀକୁ ଖସିଲା ଗାଡ଼ି, ୯ ମୃତ

Published By : Ankita S | July 9, 2025 12:33 PM

ନୂଆଦିଲ୍ଲୀ,୦୯ /୦୭: ଗୁଜରାଟର ଭଦୋଦରାରେ ଏକ ବଡ଼ ଅଘଟଣ ଘଟିଛି । ଭଦୋଦରା ଓ ଆନନ୍ଦକୁ ଯୋଡୁଥିବା ଏକ ବ୍ରିଜ୍ ହଠାତ୍‌ ଭୁଶୁଡ଼ିଛି । ଦୁଇ ଖଣ୍ଡ ହୋଇଛି ମହିସାନଗର ନଦୀ ଉପରେ ଥିବା ପୋଲ । ଏଥିରେ ଅନେକ ଗାଡ଼ି ନଦୀକୁ ଖସି ପଡିଛି । ଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ୧୦ ଜଣଙ୍କୁ ଉଦ୍ଧାର କାରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନଦୀରେ କାର୍‌ ଓ ଟ୍ରକ୍ ପଡି  ରହିଛି ।

ମହିସାଗର ନଦୀ ଉପରେ ଏହି ପୋଲ ୪୩ ବର୍ଷ ପୁରୁଣା । ସମୟ ପାଖାପାଖି ୮ଟା ୩୦ ମିନିଟ୍‌ରେ ହଠାତ୍‌ ପୋଲଟି ଭୁଶୁଡିଥିଲା । ଭଦୋଦାର କଲେକ୍ଟର ଅନୀଲ ଧମେଲିଆଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଘଟଣରେ ୯ଜଣଙ୍କର ମୃତ୍ୟୁ ହୋଇଛି । ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦୋଦରା ଏସଏସଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି । ପୋଲଟି ୪୩ ବର୍ଷ ପୁରୁଣା ହୋଇଥିବାରୁ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ପହଞ୍ଚିଲା ପ୍ରଶାସନ- ଏହି ସେତୁକୁ ପାଦରା-ଗମ୍ଭୀରା ସେତୁ ମଧ୍ୟ କୁହାଯାଏ । ବ୍ରିଜ୍ ଭୁଶୁଡ଼ିବା ସୂଚନା ପାଇବା ମାତ୍ରେ ମୁଜପୁର ଗାଁର ଲୋକମାନେ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ମାହି ନଦୀରେ ଖସି ପଡ଼ିଥିବା ଗାଡ଼ି ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାରେ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ପ୍ରଶାସନିକ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି  । ନଦୀରେ ପଡ଼ିଥିବା ଗାଡ଼ିଗୁଡ଼ିକୁ ବାହାର କରିବା କାମ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାକୁ ନେଇ ଦୁଃଖ ପ୍ରକଶ  କରିଛନ୍ତି । ତୁରନ୍ତ ପୋଲ ଡିଜାଇନ୍ ଟିମ୍‌, ମୁଖ୍ୟ ଇଞ୍ଜିନିୟକର ଏବଂ ବିଶେଷଜ୍ଞ ଟିମ୍‌ଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଘଟଣାର ବିସୃତ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । କୁହାଯାଉଛି କି, ଗତବର୍ଷ ପୋଲ ମରାମତି ହୋଇଥିଲା । ବ୍ରିଜ ଉପରେ ଯାନବାହନ ଚଳାଚଳ ବଢୁଥିବାରୁ ରାଜ୍ୟ ସରକାର ୩ ମାସ ତଳେ ୨୧୨ କୋଟି ଟଙ୍କା ବ୍ୟୟରେ ଆଉ ଏକ ନୂଆ ପୋଲ ନିର୍ମାଣକୁ ମଞ୍ଜୁରୀ ଦେଇଥିଲେ । ଏହି ନୂଆ ପୋଲର ଡିଜାଇନ ଏବଂ ଟେଣ୍ଡରିଂ ପ୍ରକ୍ରିୟା  ବି ଆରମ୍ଭ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.