ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କେନ୍ଦ୍ରାପଡ଼ା କଲେଜ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର, ଯାନ୍ତ୍ରିକ ତ୍ରୁଟି ପାଇଁ ମାସେ ହେଲାଣି ପଡ଼ି ରହିଛି

Published By : Rasmita Pradhan | July 9, 2025 2:20 PM

କେନ୍ଦ୍ରାପଡ଼ା, ୦୯/୦୭ : ମାସେ ହୋଇଗଲା, କେନ୍ଦ୍ରାପଡ଼ା ଅଟୋନୋମସ କଲେଜ ପଡିଆରେ ରହିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର। ଜୁନ ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା। ସେହିଦିନ ଠାରୁ ହେଲିକପ୍ଟରଟି କଲେଜ ପଡିଆରେ ଥୁଆ ହୋଇଛି। 

ସୂଚନାନୁଯାୟୀ, ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କେନ୍ଦ୍ରାପଡ଼ାରେ ପହଞ୍ଚିଥିଲେ। ସେଠାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଇ ସର୍କିଟ୍ ହାଉସ୍‌ରେ ଏକ ସମୀକ୍ଷା ବୈଠକ କରିଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳେ ପ୍ରବଳ ଘଡ଼ଘଡ଼ି ବର୍ଷା ହୋଇଥିଲା। ପାଗ ଖରାପ ଥିବାରୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ସନ୍ଧ୍ୟାରେ କାର୍ ଯୋଗେ କେନ୍ଦ୍ରାପଡ଼ା ଛାଡିଥିଲେ। ତେବେ ବଜ୍ରପାତ ଘଟି ହେଲିକପ୍ଟରର ପଙ୍ଖା ନଷ୍ଟ ହୋଇଯାଇଥିଲା। ସେହିଦିନ ଠାରୁ ହେଲିକପ୍ଟରଟି କଲେଜ ପଡ଼ିଆରେ ରହିଛି। 

ଦିଲ୍ଲୀରୁ ଟେକ୍ନିକାଲ୍ ଟିମ୍ ଆସି ହେଲିକପ୍ଟର ମରାମତି କରିବା ନେଇ ସୂଚନା ମିଳିଛି। ସୁରକ୍ଷା ଦୃଷ୍ଟିରୁ ହେଲିକପ୍ଟରକୁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ୨୪ ଘଣ୍ଟା ଜଗି ରହିଛନ୍ତି। କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଅନ୍ୟପକ୍ଷରେ କଲେଜ ପଡିଆରେ ହେଲିକପ୍ଟରଟି ଅଟକି ରହିବା ଯୋଗୁଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ ସହ ପରେଡ୍ ଅନୁଷ୍ଠିତ ହୋଇଥାଏ। ସମୟ ପୂର୍ବରୁ ମରାମତି ନହେଲେ ଆଗକୁ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ ବେଳେ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.