ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ୱାସ୍ଥ୍ୟସେବା ପାଉନାହାନ୍ତି ମହିଳା, ୪୦% ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ବିଶେଷଜ୍ଞ ପଦବି ଖାଲି

Published By : Rasmita Pradhan | March 26, 2025 10:11 AM

ଭୁବନେଶ୍ୱର,୨୬/୦୩ : ରାଜ୍ୟରେ ୪୦% ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ପଦବିରେ ବିଶେଷଜ୍ଞ ନାହାନ୍ତି । ୫୮୪ ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରେ ୩୫୧ ଜଣ ବିଶେଷଜ୍ଞ ରହିଥିଲା ବେଳେ ୨୩୩ ଖାଲି ପଡ଼ିଛି । ଫଳରେ ଉପଯୁକ୍ତ ଚିକିତ୍ସା ନପାଇ ମହିଳା ଛଟପଟ ହେଉଛନ୍ତି । ସ୍ତ୍ରୀ ରୋଗ ଓ ପ୍ରସୂତି ଜନିତ ସମସ୍ୟା ହେଲେ କେଉଁ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବେ ବୋଲି ବାଉଳା ହେଉଛନ୍ତି । ଫଳରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । 

ନୟାଗଡ଼ ଜିଲ୍ଲାରେ କିଶୋରୀ ଓ ମହିଳାଙ୍କ ରୋଗ ଯନ୍ତ୍ରଣାରେ କଲବଲ । ଜିଲ୍ଲାରେ ଜଣେ ହେଲେ ବିଶେଷଜ୍ଞଙ୍କୁ ନିଯୁକ୍ତି କରିପାରିନାହାନ୍ତି ରାଜ୍ୟ ସରକାର । ଜିଲ୍ଲାରେ ୧୬ ମଞ୍ଜୁରିପ୍ରାପ୍ତ ପଦବିରେ ଶୂନ୍ୟ ପଡ଼ିଛି ବିଶେଷଜ୍ଞଙ୍କ ସଂଖ୍ୟା । ରାୟଗଡ଼ାରେ ସେହି ସମାନ ସ୍ଥିତି । ସେଠାରେ ୧୮ ପଦବିରେ ୧୩ ଜଣ ବିଶେଷଜ୍ଞ ନାହାନ୍ତି । ମାଲକାନଗିରି ଜିଲ୍ଲାରେ ୧୫ରୁ ୧୦ ପଦବି ଖାଲି ପଡ଼ିଛି । କନ୍ଧମାଳରେ ୨୧ ପଦବିରେ ୧୪ ବିଶେଷଜ୍ଞ ପଦ ଶୂନ୍ୟ । କେନ୍ଦୁଝରରେ ୨୪ ସ୍ଥାନରେ ଅଛନ୍ତି ୧୫ ଡାକ୍ତର ଓ ଖାଲି ପଡ଼ିଛି ୧୧ ପଦବି । ନୂଆପଡ଼ାରେ ୧୨ରୁ ଖାଲିପଡ଼ିଛି ୭ ପଦବି । ବୌଦ୍ଧରେ ୧୦ରୁ ୭ ପଦବି ଫାଙ୍କା ରହିଛି । କୋରାପୁଟ୍‌ରେ ୨୧ରୁ ୯ ପଦବିରେ କେହିନାହାନ୍ତି । 

ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାରେ ୩୯ ବିଶେଷଜ୍ଞ ପଦବିରୁ ୧୧ରେ କେହିନାହାନ୍ତି। ଅନୁଗୁଳରେ ୧୮ ପଦବିରେ ୧୧ ଜଣ ଅଛନ୍ତି ଏବଂ ୭ ଖାଲିପଡ଼ିଛି । ସେହିପରି ବାଲେଶ୍ୱର ୩, ବରଗଡ଼ରେ ୧, ବଲାଙ୍ଗିରରେ ୧୨, କଟକରେ ୫, ଦେବଗଡ଼ରେ ୭, ଢ଼େଙ୍କାନାଳରେ ୬, ଗଞ୍ଜାମ ୧୪ ପଦବି ଖାଲି ପଡ଼ିଛି । ଯାଜପୁର ୧, ଝାରସୁଗୁଡ଼ାରେ କଳାହାଣ୍ଡି ୨୫ରୁ ୧୫, କେନ୍ଦ୍ରାପଡ଼ାରେ ୫, ଖୋର୍ଦ୍ଧାରେ ୫ ପଦବି ଫାଙ୍କା । ଏହାଛଡ଼ା ପୁରୀରେ ୯, ସମ୍ବଲପୁରରେ ୬, ସୁବର୍ଣ୍ଣପୁରରେ ୧, ସୁନ୍ଦରଗଡ଼ରେ ୧୦ ପଦବି ଖାଲିପଡ଼ିଛି । 

ଏହି ଖବରଟିକୁ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ଗାଁ ବୁଲିବାକୁ ବାବୁ କୁନ୍ଥୁକୁନ୍ଥୁ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.