ପ୍ରମୂଖ ଖବର
  • ବୌଦ୍ଧ : କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ
  • ||
  • ସମ୍ୱଲପୁର : ଧାନ ଗଦା ଜାଳିଦେଲେ ଦୁର୍ବୃତ୍ତ, ୭ ଏକର ଜମିର ଧାନ ନଷ୍ଟ
  • ||
  • ଫୁଲବାଣୀ : ବସ୍-ପିକଅପ୍ ମୁହାଁମୁହିଁ ଧକ୍କା: ୨୦ ଆହତ
  • ||
  • ରାୟଗଡ଼ା : ଫସଲ ଜଗିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ସିଟି ହୋମ୍ସ ଡୁପ୍ଲେକ୍ସରୁ ସିରିଜ୍‌ ଲୁଟ୍‌, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରି
  • ||
  • ସାଲେପୁର : ୧୫ ଲିଟରରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କାଠଯୋଡ଼ି ପଠାରେ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୨୪ ଘଣ୍ଟା ପରେ ବି ମିଳିଲାନି ପରିଚୟ
  • ||
  • ବଣାଇ : ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଆକ୍ରମଣ କଲା ଦନ୍ତା, ପାରା କର୍ମଚାରୀ ଗୁରୁତର
  • ||
  • କନ୍ଧମାଳରେ ଅପରେସନ ନୀଳ ଜହର, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ କାଟିଲା ପୋଲିସ
  • ||
  • ଶିମିଳିପାଳରେ ଆରମ୍ଭ ହେଲା ତୁଷାରପାତ, ଆଭ୍ୟନ୍ତରୀଣ ଅଞ୍ଚଳ ଓ ପାଦଦେଶରେ ହାଡ଼ଭଙ୍ଗା ଶୀତ
  • ||
  • କୋଲକାତା ଗଲ୍‌ଫ ଗ୍ରୀନରେ ଚାଞ୍ଚଲ୍ୟ, ଅଳିଆ ଗଦାରୁ ମିଳିଲା ମହିଳାଙ୍କ କଟାମୁଣ୍ଡ, ତଦନ୍ତ କରୁଛି ପୋଲିସ
  • ||
  • ଝାଡ଼ଖଣ୍ଡ ରାମଗଡ଼ ରାସ୍ତାରେ ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଲା ବୋଲେରୋ, ୫ମୃତ, ୩ ଗୁରୁତର
  • ||
  • ଗାବା ଗଡ଼ରେ ତୃତୀୟ ଟେଷ୍ଟ ଆରମ୍ଭ, ଖେଳରେ ବାଧକ ବର୍ଷା, ଲଞ୍ଚ୍ ବେକ୍ ସୁଦ୍ଧା ୨୮ ରନ କରିଛି ଅଷ୍ଟ୍ରେଲିଆ
  • ||
  • ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ: ରାତିକରେ ୭ ଡିଗ୍ରୀକୁ ଖସିବ ପାରଦ,୧୫ ଡିଗ୍ରୀ ତଳେ ୨୬ ସହର
  • ||

ଚୋରାଚାଲାଣବେଳେ ୪୦ଟନ୍ ମୂଲ୍ୟବାନ ଧଳା କ୍ଵାର୍ଜ ପଥର ଜବତ, ୬ ଗିରଫ

Published By : Prameya | November 8, 2024 7:30 PM

ମାଲକାନଗିରି/କାଲିମେଳା୮/୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ତହସିଲ ଅଞ୍ଚଳରୁ ବାହାର ରାଜ୍ୟକୁ ଚୋରା ଚାଲାଣବେଳେ କୋଟି କୋଟି ଟଙ୍କାର ୪୦ଟନ ମୂଲ୍ୟବାନ ଧଳା କ୍ଵାର୍ଜ ପଥର୨ଟି ଟିପର ଗାଡିଗୋଟିଏ ଜେସିବି ମେସିନଗୋଟିଏ ମଟର ସାଇକେଲ୮ଟି ମୋବାଇଲ ଫୋନ ଜବତ । ଏହି ଚୋରା ଚାଲାଣ ଅଭିଯୋଗରେ ଅନ୍ୟପ୍ରଦେଶର ୬ଜଣଙ୍କୁ ଗିରଫ କରିଛି ନ ବିଭାଗ ।

ମୋଟୁ ତହସିଲ ଅଞ୍ଚଳରୁ ଟନ୍ ଟନ୍ ମୂଲ୍ୟବାନ ଧଳା କ୍ଵାର୍ଜ ପଥର ବାହାର ରାଜ୍ୟକୁ ଚାଲାଣ ହେଉଥିବା ଖବରପାଇ  ମାଲକାନଗିରି ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମୋଟୁ ବନାଞ୍ଚଳ ରେଞ୍ଜର ଓ ନ କର୍ମଚାରୀ ଗ୍ରାମବାସୀଙ୍କ ସହ ମୋଟୁ ସୀମାନ୍ତ ଚେକପୋଷ୍ଟଠାରେ ପୂର୍ବରୁ ଜଗିଥିଲେ । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁଠାରେ ଆଜି ଭୋର ୪ ଟାରେ ଏହି ପଥର ଚାଲାଣ ଗାଡି ଯାଉଥିବାବେଳେ ମୋଟୁ ଗ୍ରାମବାସୀ ଓ ମୋଟୁ ବନବିଭାଗ ମିଳିତ ଉଦ୍ୟମରେ ଧରିଥିଲେ। ଦୁଇଟି ଟିପ୍ପର ଗାଡ଼ିରୁ ୪୦ଟନ୍ କ୍ଵାର୍ଜ ଧଳା ମୂଲ୍ୟବାନ ପଥର ଜବତ କରାଯାଇଛି ଏହାର ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ । ବିଶେଷ କରି ଦେଶ ବିଦେଶରେ ଏହି ପଥରର ଚାହିଦା ଅଧିକ ଏହି ଧଳା କ୍ୱାର୍ଜ ପଥର ଦ୍ୱାରା ବୁଲେଟ ପ୍ରୁଫ ଜାକେଟମୂଲ୍ୟବାନ କାଚ ତିଆରି ସାମଗ୍ରୀ ସହ ଅନ୍ୟାନ୍ୟ ସୌଖିନ ସାମଗ୍ରୀଖେଳନା ନିର୍ମାଣ ହୋଇଥାଏ।

ଆଜି ସକାଳୁ ବନ ବିଭାଗ ଅଧିକାରୀ ପଥର ବୋଝଇ ୨ଟି ଟିପ୍ପର ଗାଡିଗୋଟିଏ ଜେସିବିପୋକଲୀନମଟର ସାଇକେଲ୮ଟି ମୋବାଇଲ ଫୋନ ଜବତ ସହିତ ଗାଡିରେ ଥିବା ୬ଜଣଙ୍କୁ ଗିରଫ କରିଛି । ୫ଜଣ ଆନ୍ଧ୍ରପ୍ରଦେଶର ହୋଇଥିବାବେଳେ ଅନ୍ୟ ଜଣେ ବିହାର ରାଜ୍ୟର ବୋଲି ଜଣାପଡ଼ିଛି । ଏହି ଚାଲାଣକାରୀମାନଙ୍କୁ ଗିରଫ କରାଯାଇ ନବିଭାଗ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା ଚାଲିଛି । ଗିରଫ ବ୍ୟକ୍ତିମାନେ ହେଲେ ଆନ୍ଧ୍ରପ୍ରଦେଶ ଓ ବିହାରର କେ ନରସୀମା ରାଓବୋରା କାନକାନାଗ ସତ୍ୟନାରାୟଣମୁଣ୍ଡଗୁଲା ସନ୍ଦୀପୟାର ପନ କୁମାରକେନେରୁ ଶ୍ରୀନିବାସ ରାଓସତ୍ୟନ୍ଦ୍ର କୁମାରଏହି ଚୋରା ଚାଲାଣ ରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଏସିଏଫ ମୁନସୁନ ଖେମୁଣ୍ଡୁ କହିଛନ୍ତି।


ସୂଚନାଯୋଗ୍ୟ ଯେମୋଟୁ ତହସିଲ ଅନ୍ତର୍ଗତ ପେଟାଆଲମାବିନାୟକପୁର ଅଞ୍ଚଳରେ ପ୍ରଚୁର ପରିମାଣର ମୂଲ୍ୟବାନ ଖଣିଜ ଦ୍ରବ୍ୟ ପାହାଡ଼ରେ ଭରପୁର ହୋଇ ରହିଛି । କିଛି ବ୍ୟବସାୟୀ ରାତିରେ ସୀମାନ୍ତ ମୋଟୁ ଚେକଗେଟ ପାର ହୋଇ ବାହାର ରାଜ୍ୟକୁ ଚୋରାଚାଲାଣ କରିଥାନ୍ତି । ସୀମାନ୍ତ ମୋଟୁଠାରେ ଗୋଟିଏ ମାତ୍ର ଚେକ ପୋଷ୍ଟ, ସେଠାରେ ଦିନ ରାତି ପୋଲିସ ମୁତୟନ ରହିଥାନ୍ତି ପୋଲିସ ମୁତୟନ ଥାଇ ମଧ୍ୟ କେମିତି କୋଟି କୋଟି ଟଙ୍କାର ମୂଲ୍ୟବାନ କ୍ୱାର୍ଜ ପଥର ବାହାର ରାଜ୍ୟକୁ ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକେ ପୁଲିସର କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.