ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସୀମାନ୍ତ ମୋଟୁ ଚେକ୍ ପୋଷ୍ଟ ନିକଟରେ ଚଢ଼ଉ, ଗାଡ଼ି ସହ ୪୭୬ଟି କଇଁଛ ଜବତ

Published By : Gurupada Nath | April 25, 2025 6:33 PM

ମାଲକାନଗିରି/ଏମଭି ୭୯/କାଲିମେଳା, ୨୫/୪ : ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଆଜି ସକାଳେ ମାଲକାନଗିରି ଜିଲ୍ଲାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବାବେଳେ ୪୭୩ଟି ଜୀବନ୍ତ କଇଁଛକୁ ମୋଟୁ ବନ ବିଭାଗ ଜବତ କରିଛି । ତେବେ ଚୋରା ଚାଲାଣକାରୀମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ। 

ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମୀ ରଞ୍ଜନ ସ୍ୱାଇଁ , ମୋଟୁ ଫରେଷ୍ଟର ମୁରଲୀଧର ଅନୁଗୁଳିଆ ଓ ବନ ବିଭାଗର କର୍ମଚାରୀମାନେ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ସୀମାନ୍ତ ମୋଟୁ ଚେକ ପୋଷ୍ଟ ନିକଟରେ ରାତି ୩ଟାରୁ ଜଗି ରହିଥିଲେ। ଏକ ବୋଲେରୋ ଗାଡ଼ି ନମ୍ବର ଓଆର ୧୦ଇ ୫୮୭୭ ଆସୁଥିଲା। ବନ ବିଭାଗ କର୍ମଚାରୀମାନଙ୍କୁ ଦେଖି ଗାଡ଼ିର ଡ୍ରାଇଭର ଓ ଅନ୍ୟ ଜଣେ ଗାଡ଼ି ଛାଡ଼ି ଧାଇଁ ପଳାଇଥିଲେ । ଚୋରା ଚାଲାଣକାରୀମାନେ ଗାଡି ଛାଡି ଯିବା ପରେ ବନ ବିଭାଗର କର୍ମଚାରୀମାନେ ଯାଇ ଗାଡିଟିକୁ ଜବତ କରି ଯାଞ୍ଚ କରିବାରୁ ସେଥିରେ ୧୩ଟି ଅଖା ଭିତରେ ୪୭୩ଟି କଇଁଛ ବେଆଇନ ଭାବେ ପରିବହନ କରାଯାଉଥିବା ଦେଖିବାକୁ ପାଇଥିଲେ । ସମସ୍ତ କଇଁଛ ଏବଂ ବୋଲେରୋ ଗାଡ଼ି ଜବତ କରାଯାଇ ଏମଭି ୭୯ ବନ କାର୍ଯ୍ୟାଳୟରେ ରଖାଯାଇଛି । ଅଧିକ ତଦନ୍ତ ଚାଲିଛି ବୋଲି ମୋଟୁ ରେଞ୍ଜର ଶ୍ରୀ ସ୍ୱାଇଁ କହିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.