ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଆମେରିକାରୁ ପୁଣି ଫେରିବେ ୪୮୭ ଅବୈଧ ପ୍ରବାସୀ ଭାରତୀୟ, ସୂଚନା ଜାରିକଲା ବୈଦେଶିକ ମନ୍ତ୍ରଣାଳୟ

Published By : Bijay Swain | February 7, 2025 11:48 PM

Image courtesy: aajtak

ନୂଆଦିଲ୍ଲୀ: ଆମେରିକା ଫୁଣି ୪୮୭ ଅବୈଧ ପ୍ରବାସୀ ଭାରତୀୟଙ୍କୁ ବାରତକୁ ପଠାଇବା ପାଇଁ ପ୍ରସ୍ତୁତ ଚଳାଇଛି। ପୂର୍ବରୁ ଆମେରିକା ଭାରତକୁ ୧୦୪ ଅବୈଧ ପ୍ରବାସୀଙ୍କୁ ପ୍ରତ୍ୟାବର୍ତ୍ତନ କରିଥିଲା। ଯାହାକୁ ନେଇ ବର୍ତ୍ତମାନ ଭାରତରେ ରାଜନୈତିକ ତୁମ୍ବିତୋଫାନ ଲାଗିରହିଛି।

ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ ଆମେରିକୀୟ କର୍ତ୍ତୃପକ୍ଷ ସେଠାରେ ରହୁଥିବା ଆଉ ୪୫୭ ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଚିହ୍ନଟ କରିଛନ୍ତି ଏବଂ ସେମାନଙ୍କୁ ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ତ୍ୟାବର୍ତ୍ତନ କରାଯିବ। ତେବେ ଭାରତୀୟମାନଙ୍କୁ ନିର୍ବାସନ କରିବା ସମୟରେ ସେମାନଙ୍କ ସହ ଦୁର୍ବ୍ୟବହାର କରାଯିବାର ସମ୍ଭାବନା ଉପରେ ଭାରତ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ଆମେରିକାରୁ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନିର୍ବାସନ ସମ୍ପର୍କରେ ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ହେବାକୁ ଥିବା ମାନକ କାର୍ଯ୍ୟ ପ୍ରକ୍ରିୟା (SOP) ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ତେବେ ନିର୍ବାସିତ ପ୍ରବାସୀମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ଏକ ଗମ୍ଭୀର ପ୍ରସଙ୍ଗ, ଯାହାକୁ ଆମେ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଉଠାଇଛୁ ବୋଲି ମିଶ୍ରି ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ବୌଦେଶିକ ସଚିବ ବିକ୍ରମ ମିଶ୍ରି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ “୪୮୭ ସମ୍ଭାବ୍ୟ ଅବୈଧ ଭାରତୀୟ ନାଗରିକଙ୍କୁ ଆମେରିକା ବହୁ ଜଲଦି ଭାରତକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସୂଚନା ପ୍ରଦାନ କରିଛି। ସେ କହିଛନ୍ତି ଯେ ଆମେ ଆମେରିକା ପ୍ରଶାସନକୁ ଏହା ସ୍ପଷ୍ଟ କରିଛୁ ଯେ ନିର୍ବାସିତ ଭାରତୀୟଙ୍କ ପ୍ରତି କୌଣସି ଅମାନୁଷିକ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ।  ଯଦି କୌଣସି ପ୍ରକାରର ଦୁର୍ବ୍ୟବହାର ଆମ ନଜରକୁ ଆସେ, ତେବେ ଆମେ ତୁରନ୍ତ ଏହା ଉପରେ ସର୍ବୋଚ୍ଚ ସ୍ତରରେ ଆଲୋଚନା କରିବୁ।”

ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଦେଶାନ୍ତର ପ୍ରକ୍ରିୟା ନୂଆ ନୁହେଁ।  ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗତକାଲି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆମେରିକା ଭାରତକୁ ଏକ ଅଣ-ସହଯୋଗୀ ଦେଶ ଭାବରେ ବର୍ଣ୍ଣନା କରିବାକୁ ମୁଁ ଗ୍ରହଣ କରିବି ନାହିଁ।  ଯଦି ଦୁନିଆର କୌଣସି ଦେଶ ନିଜ ନାଗରିକମାନଙ୍କୁ ପୁନର୍ବାର ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ପ୍ରତ୍ୟାବର୍ତ୍ତନ କରୁଥିବା ଲୋକମାନେ ସେ ଦେଶର ନାଗରିକ ହୋଇଥିବାର ଆବଶ୍ୟକତା ରହିଛି। କାରଣ ଏଥି ସହ ଅନେକ ଆଇନଗତ ସମସ୍ୟା ସହ ସୁରକ୍ଷା ସମସ୍ୟା ମଧ୍ୟ ଜଡିତ ରହିଛି। ଏଥିପାଇଁ ଆମେ ଆମେରିକାରୁ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନକାରୀଙ୍କ ବିଷୟରେ ସବିଶେଷ ତଥ୍ୟ ମାଗିଛୁ। ତେବେ ମୋଟ ୪୮୭ ଜଣ ଭାରତୀୟ ନାଗରିକଙ୍କ ପାଇଁ ଚୂଡ଼ାନ୍ତ ନିର୍ବାସନ ଆଦେଶ ଜାରି ହୋଇଛି ବୋଲି ଆମକୁ ସୂଚନା ମିଳିଛି। 

ଆମେ ଆପଣଙ୍କୁ କହିରଖୁ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରୁ ବେଆଇନ ପ୍ରବାସୀମାନଙ୍କୁ ଦେଶରୁ ବିତାଡିତ କରିବା ଆରମ୍ଭ କରିଦେଇଛନ୍ତି।   ଏହି ପରିପ୍ରେକ୍ଷିରେ ଗତ ବୁଧବାର ୧୦୪ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଆମେରିକା ଏକ ସି-୧୭ ସାମରିକ ବିମାନ ଯୋଗେ ଭାରତକୁ ପଠାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.