ନୂଆପଡ଼ା, ୨୩।୬ : ନୂଆପଡ଼ା ଥାନା ସାଇପଲା ଗାଁ ନିକଟରେ ଜୁଆଖେଳ ଚାଲିଥିବା ବେଳେ ମାଡ଼ି ବସିଲା ପୁଲିସ। ୫ ଜୁଆଡ଼ି ଗିରଫ। ନଗଦ ୬୧ ହଜାର ଟଙ୍କା ଜବତ।
ସୂଚନାନୁଯାୟୀ, ରବିବାର ରାତିରେ ସାଇପଲା ଗାଁ ନିକଟ ଜଙ୍ଗଲରେ ଜୁଆ ଖେଳ ଚାଲିଥିବା ଖବର ପାଇ ନୂଆପଡ଼ା ଥାନା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ଵରେ ଏକ ଟିମ୍ ଚଢାଉ କରିଥିଲା। ଚଢାଉ ବେଳେ ୫ ଜଣ ଜୁଆଡ଼ି ଧରା ପଡ଼ିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବା ସହ ନଗଦ ୬୧ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ ଓ ୫ଟି ବାଇକ୍ ଜବତ କରିଛି। ସୋମବାର ସକାଳେ ସମସ୍ତ ଜୁଆଡ଼ିଙ୍କୁ ନୋଟିସ କରି ଥାନାରୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।