ବିଜନୌର : ଗତ ୧୦ ଦିନରେ ପାଞ୍ଚ ଜଣ ନାବାଳିକାଙ୍କ ନିଖୋଜ। ଉତ୍ତର ପ୍ରଦେଶର ବିଜନୌରରେ ଏନେଇ ଖେଳି ଯାଇଛି ଆତଙ୍କ। ୧୫ ନଭେମ୍ୱରରେ ସ୍କୁଲ ଯିବା ପାଇଁ ଘରୁ ବାହାରି ଥିବା ହିନ୍ଦୁ ଓ ଅନ୍ୟ ସଂପ୍ରଦାୟର ଦୁଇ ଜଣ ଛାତ୍ରଛାତ୍ରୀ। ଯାହାଙ୍କର ଏବେସୁଦ୍ଧା କୌଣସି ପତ୍ତା ମିଳିନାହିଁ। ପୁଲିସର ବିଫଳତା ହିନ୍ଦୁ ସଙ୍ଗଠନ ଗୁଡ଼ିକୁ କ୍ରୋଧିତ କରିଛି, ଯେଉଁମାନେ କି, ଏବେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି, ଯେଉଁଥି ପାଇଁ ପୁଲିସ ଅଡ଼ୁଆରେ ପଡ଼ି ଯାଇଛି।

ନିଖୋଜ ଛାତ୍ରୀଙ୍କ ତଲାସ ନେଇ ପୁଲିସ୍ ଆଠରୁ ଅଧିକ ଟିମ୍ ଲଗାଇ ତଲାସ କରିବାକୁ ଦାବି କରୁଛି। ପୁଲିସ ଅନ୍ୟ ସଂପ୍ରଦାୟର ଛାତ୍ରୀଙ୍କ ୫୦ରୁ ଅଧିକ ପରିଚିତ ଓ ପରିବାର ଲୋକଙ୍କୁ ପଚରାପଚରି କରି ସାରିଛି, କିନ୍ତୁ ଏବେ ସୁଦ୍ଧା ପୁଲିସର ହାତ ଖାଲି ଅଛି। ପୁଲିସ ସ୍କୁଲର ଅନେକ ଛାତ୍ରୀଙ୍କୁ ମଧ୍ୟ ଥାନାକୁ ଡ଼ାକି ପଚରାପଚରି କରିଛି। ପୁଲିସର କାର୍ଯ୍ୟଶୈଳୀରେ ହିନ୍ଦୁ ସଙ୍ଗଠନ ଗୁଡ଼ିକରେ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି। ଶିବସେନାର ଜିଲ୍ଲା ଅଧ୍ୟକ୍ଷ ବୀର ସିଂହ ଚୌଧୁରୀ ଆସନ୍ତାକାଲି ଏହି ମାମଲାରେ ହିନ୍ଦୁ ସଙ୍ଗଠନର ପଞ୍ଚାୟତ ଡାକିଛନ୍ତି , ଯେଉଁଥିରେ ଆଗାମୀ ରଣନୀତି ସ୍ଥିର ହେବ।

ଏହା ମଧ୍ୟ ପଢନ୍ତୁ : ସ୍ୱାମୀଙ୍କୁ ହତ୍ୟା କରି ନୀଳ ଡ୍ରମ୍‌ରେ ପୂରାଇ ଥିବା ଘଟଣା : ମୁସ୍କାନଙ୍କ ଜେଲ୍‌ରେ ଜନ୍ମିତ ଶିଶୁକନ୍ୟାର ଭାଗ୍ୟରେ ଏମିତି ଘଟିବ କହିଲେ ଜ୍ୟୋତିଷ

ପ୍ରଥମ ଘଟଣାକୁ ନେଇ ପୁଲିସ ଏବେ ଏହି ସମୟରେ ଛାତ୍ରୀଙ୍କ ତଲାସ ଅଭିଯାନ ଚଲାଇ ଥିବା ବେଳେ ବିଳମ୍ୱିତ ସନ୍ଧ୍ୟାରେ ନଜିବାବାଦର ଗାଁ ମହାବତପୁର ବିଲ୍ଲୌଚରେ ପଡୋଶୀରେ ରହୁଥିବା ଆଉ ତିନି ଜଣ ଅନ୍ୟ ନାବାଳିକା ମଧ୍ୟ ଘରୁ ଗାଏବ ହୋଇ ଯାଇଛନ୍ତି। ପରିବାର ଲୋକେ ବିଳମ୍ୱିତ ସନ୍ଧ୍ୟାରେ ତାଙ୍କର ସଲାସ କରିଥିଲେ , ହେଲେ କୌଣସି ପତ୍ତା ମିଳି ନଥିଲା। ନଜିବାବାଦର ସିଓ ନିତେଶ ପ୍ରତାପ କହିଛନ୍ତି ଯେ, ଏସଓଜି ଓ ସ୍ଥାନୀୟ ପୁଲିସକୁ ନାବାଳିକାଙ୍କ ତଲାସରେ ଲଗାଯାଇଛି ଏବଂ ଖୁବ୍ ଶୀଘ୍ର ତାଙ୍କର ଉଦ୍ଧାରର ଆଶା କରାଯାଉଛି। ଏହି ତିନି ଜଣ ନାବାଳିକା ପରସ୍ପରର ସାଙ୍ଗ।

ଉଲ୍ଲେଖନୀୟ ଯେ, ଜିଲ୍ଲାରେ ୧୦ ଦିନରେ ମୋଟ ପାଞ୍ଚ ଜଣ ନାବାଳିକାଙ୍କ ନିଖୋଜ ହେବାରେ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଛି। ଲୋକେ ଏହା ବୁଝି ପାରୁ ନାହାନ୍ତି ଯେ, ଏହା ପଛରେ କୌଣସି ଗ୍ୟାଙ୍ଗ ଅଛି ନା ଏହା କୌଣସି ଏକ ଚକ୍ରାନ୍ତ। ବର୍ତ୍ତମାନ, ନାବାଳିକାଙ୍କ ଉଦ୍ଧାର ପରେ ହିଁ ଏହା ଜଣାପଡ଼ିବ ଯେ, ପ୍ରକୃତରେ ତାଙ୍କୁ କିଏ ନେଇ ଯାଇ ଥିଲା ନା ସେମାନେ କାହା ସହ ଯାଇଥିଲେ। ପାଞ୍ଚ ଜଣ ନାବାଳିକାଙ୍କ ନିଖୋଜ ହେବାରେ ପୁଲିସ ବିଭାଗରେ ଆତଙ୍କ ଖେଳି ଯାଇଛି।