ମାଲକାନଗିରି, ୨୧/୦୮ : କମ୍ଵିଂ ଅପରେସନ ବେଳେ ୫ ହାର୍ଡକୋର୍ ମାଓବାଦୀ ଗିରଫ। ଛତିଶଗଡ଼ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରୁ ମାଓବାଦୀମାନେ ଗିରଫ ହୋଇଛନ୍ତି । ଡିଆରଜି ବାହିନୀର କମ୍ଵିଂ ଅପରେସନ ବେଳେ ସୁରକ୍ଷାବାହିନୀ ହାତରେ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଛତିଶଗଡ଼ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଡିଆରଜି ବାହିନୀର କମ୍ଵିଂ ଅପରେସନ ବେଳେ ୮ଜଣ ହାର୍ଡକୋର୍ ମାଓବାଦୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ହୋଇଥିବା ମାଓବାଦୀମାନେ ଦୀର୍ଘ ଦିନ ଧରି ମାଓ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ। ମାଓବାଦୀଙ୍କ ମୁଣ୍ଡରେ ଛତିଶଗଡ଼ ସରକାର ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।
ଗିରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଲକ୍ଷ୍ମୀ ଫାର୍ସା ଓ ସୁଖରାମ ହେମଲା ଓଡ଼ିଶାର ବୋଲି ସୂଚନା ମିଳିଛି । ଏମାନଙ୍କ ନିକଟରୁ ଟିଫିନ୍ ବୋମା, କୋର୍ଡେକ୍ସ ତାର, ବିଦ୍ୟୁତ ତାର, ବ୍ୟାଟେରୀ, ମାଟି ଖୋଳିବା ଉପକରଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।