ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

କୂଳଡ଼ିହା ଅଭୟାରଣ୍ୟରେ ବନବିଭାଗର ଚଢ଼ାଉ, ବନ୍ଧୁକ ସମେତ ୫ ଶିକାରୀ ଗିରଫ

Published By : Swapna Ray | May 25, 2025 12:46 PM

ନୀଳଗିରି, ୨୫।୫: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା । ଏବେ ଆକ୍ସନ ମୋଡ୍‌ରେ ବନବିଭାଗ । ଢେଙ୍କାନାଳ ପରଜଙ୍ଗରେ ଥିବା ପ୍ରହ୍ଲାଦ ନୀଳଗିରିର କୂଳଡ଼ିହା ରେଞ୍ଜର ଦାୟିତ୍ୱରେ ଥିବା ଏସିଏଫ୍ ସୁବ୍ରତ ବେହେରାଙ୍କ ପାଖରେ ଫରେଷ୍ଟଗାର୍ଡ ଭାବେ କାମ କରୁଥିଲେ । ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ଏସିଏଫ୍ ଏବେ ଆକ୍ସନ ମୋଡ୍‌କୁ ଆସିଛନ୍ତି । 

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ଚେମଚଟା ବିଟ୍ ଅଞ୍ଚଳରେ ଆତର୍କିତ ଚଢ଼ାଉ କରି ଗୋଟିଏ ଦେଶୀ ବନ୍ଧୁକ,ମାରଣାସ୍ତ୍ର ଓ କୁଟୁରା ସିଙ୍ଗ ସହ ୫ଜଣ ଶିକାରୀ ଗିରଫ କରିବାରେ ସଫଳ ହୋଇଛନ୍ତି । କୂଳଡ଼ିହା ଅଭୟାରଣ୍ୟ ଭିତରେ ଚେମଚଟା ବିଟ୍ ଅଧୀନ ଜଙ୍ଗଲରେ ଶିକାରୀମାନେ ଟ୍ରାପ୍ କ୍ୟାମେରା ଚୋରି ସମୟରେ ଅନ୍ୟ ଏକ ଗୁପ୍ତ କ୍ୟାମେରାରେ ତାଙ୍କର ମୁହଁ କଏଦ୍ ହୋଇଥିଲା । ଏନେଇ କୂଳଡ଼ିହା ବନବିଭାଗ ତାଙ୍କୁ ଚିହ୍ନଟ କରି ଗିରଫ କରିଛି ।

ଗତକାଲି ରାତିରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଚଢ଼ାଉ କରିବା ପରେ ୫ଜଣ ଶିକାରୀଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ଗୁଳିଭର୍ତ୍ତି ଗୋଟିଏ ବନ୍ଧୁକ, ଧନୁତୀର, ତାରରେ ନିର୍ମିତ ଫାଶ ଓ ଗୋଟିଏ କୁଟାରୀ ଶିଙ୍ଗ ଜବତ କରିଛନ୍ତି । ଗିରଫ ଶିକାରୀ ମଧ୍ୟରୁ ୪ଜଣ ଔପଦା ଥାନା ଅଞ୍ଚଳର ଓ ଜଣେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ କୂଳଡ଼ିହାକୁ ଶିକାରୀ ମୁକ୍ତ କରିବା ନେଇ ପ୍ରୟାସ ଚାଲିଥିବା ଏସିଏଫ୍ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.