ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ଧୋନୀଙ୍କ ଅଧିନାୟକତ୍ବରେ ଡେବ୍ୟୁ, ଏମ୍‌ଏସ୍‌ଙ୍କ ଅବସର ପୂର୍ବରୁ ଅଲବିଦା; ଫଟାଫଟ୍ କ୍ରିକେଟ୍ ଭଳି ସରିଗଲା ୫ ଖେଳାଳିଙ୍କ କ୍ୟାରିୟର

Published By : Manash Sahoo | August 28, 2025 6:35 PM

ମୁମ୍ବାଇ,୨୮/୦୮: ଧୋନୀଙ୍କ ଅଧିନାୟକତ୍ବରେ ଡେବ୍ୟୁ । ଏମଏସଙ୍କ ଅବସର ପୂର୍ବରୁ ସନ୍ନ୍ୟାସ । ଆଖି ପିଛୁଳାରେ କ୍ୟାରିୟର ଖତମ୍ । ଶୀଘ୍ର ସରିଗଲା ୫ ଖେଳାଳିଙ୍କ ଅନ୍ତର୍ଜାତୀୟ ଖେଳ ? ପ୍ରଥମେ ଟେଷ୍ଟ କିମ୍ବଦନ୍ତୀ ଚେତେଶ୍ବର ପୂଜାରା ଆଉ ଏବେ ରବିଚନ୍ଦ୍ରନ ଅଶ୍ବିନ୍ କ୍ରିକେଟର ଭିନ୍ନ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ପୂଜାରା ଟେଷ୍ଟରୁ ସନ୍ନ୍ୟାସ ନେଇଥିବା ବେଳେ ଅଶ୍ବିନ୍ ବିଶ୍ବର ସବୁଠୁ ବଡ଼ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ଏକ୍ସରେ ଏକ ଭାବବିହ୍ବଳ ଭରା ପୋଷ୍ଟ କରି ସେ ସନ୍ନ୍ୟାସ ସୂଚନା ଦେଇଛନ୍ତି । ସବୁଠୁ ବଡ଼ କଥା ହେଲା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ବ ସମୟରେ ଡେବ୍ୟୁ କରି ଏମଏସଙ୍କ ପୂର୍ବରୁ କ୍ରିକେଟକୁ ଅଲବିଦା କରିଛନ୍ତି ତାମିଲନାଡ଼ୁର ଏହି ଦିଗଜ କ୍ରିକେଟର । କେବଳ ରବି ଅଶ୍ବିନ ନୁହନ୍ତି,  ତାଙ୍କ ପରି ଅନ୍ୟ ୪ଜଣ ଭାରତୀୟ ଖେଳାଳି ଅଛନ୍ତି ଯିଏ ଏମଏସଙ୍କ ପୂର୍ବରୁ କ୍ରିକେଟକୁ ବାଏ ବାଏ କହି ସାରିଛନ୍ତି ।    

ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଇଣ୍ଡିଆର ଅଧିନାୟକ ଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ୍ ଡେବ୍ୟୁ କରିଥିଲେ । ସେ ମୋଟ୍ ୧୦୬ ଟେଷ୍ଟ, ୧୧୬ ଦିନିକିଆ, ୬୫ ଟି-ଟ୍ବେଣ୍ଟି ଏବଂ ୨୨୦ ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ଟିମ୍ ଇଣ୍ଡିଆର ଏହି ଟେଷ୍ଟ ଅଲରାଉଣ୍ଡର ୧୦୬ ମ୍ୟାଚରୁ ୩,୫୦୩ ରନ୍ ଏବଂ ୫୩୭ଟି ଓ୍ବିକେଟ୍ ନେଇଛନ୍ତି । ଅନେକ ମ୍ୟାଚରେ ସେ ଦଳକୁ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେହିପରି ଦିନିକିଆରେ ଆର୍ ଆଶ୍ବିନ ୧୧୬ ମ୍ୟାଚରୁ ୭୦୭ ରନ୍ ଏବଂ ୧୫୬ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଆନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତ ପାଇଁ ୭୨ଟି ଏବଂ ଆଇପିଏଲରେ ୧୮୭ଟି ବହୁମୂଲ୍ୟ ଓ୍ବିକେଟରେ ସଫଳତା ଅର୍ଜନ କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲରେ ୫ ଟିମ୍‌ ପାଇଁ ପ୍ରତିନିଧିତ୍ୱ କରିଛନ୍ତି । ଯଦିଓ ସେ ଧୋନିଙ୍କ ନେତୃତ୍ବରେ କ୍ରିକେଟ୍ ଯାତ୍ରା ଆରମ୍ଭ କରିଥିଲେ, କିନ୍ତୁ ଧୋନିଙ୍କ ପୂର୍ବରୁ ଖେଳରୁ ବିଦାୟ ନେଇଛନ୍ତି ।

ଅନ୍ୟଜଣେ ପୂର୍ବତନ ଭାରତୀୟ କ୍ରିକେଟର ହେଉଛନ୍ତି ଅମ୍ବାତି ରାୟଡୁ । ଅନଲକି ଅମ୍ବତି ୨୦୧୩ରେ ଧୋନିଙ୍କ ସମୟରେ ଜିମ୍ବାଓ୍ବେ ବିରୋଧରେ ଇଣ୍ଟର ନ୍ୟାସନାଲ କ୍ରିକେଟରେ ପାଦ ଥାପିଥିଲେ । ହେଲେ ବେଶି ଦିନ ଟିମ୍ ଇଣ୍ଡିଆରେ ତିଷ୍ଠି ପାରିନଥିଲେ । ସେ ଭାରତ ପାଇଁ ମାତ୍ର ୫୫ଟି ମ୍ୟାଚ୍ ଖେଳିଛନ୍ତି । ୪୭.୦୫ ହାରରେ ୧୬୯୪ ରନ୍ ସଂଗ୍ରହ କରିଛନ୍ତି । ଆଇପିଏଲ୍‌ରେ ସେ ପ୍ରଥମେ ମୁମ୍ବାଇ ପାଇଁ ଏବଂ ପରେ ସିଏସକେ ପାଇଁ ଖେଳିଥିଲେ । ୨୦୧୯ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆରେ ୪ନଂ ସ୍ଥାନ ପାଇଁ ସେ ବଡ଼ ଦାବିଦାର ଥିଲେ । ମାତ୍ର ଚୟନକର୍ତ୍ତା ତାଙ୍କ ଅଣଦେଖା କରି ବିଜୟ ଶଙ୍କରକୁ ଚୂଡ଼ାନ୍ତ ତାଲିକାରେ ରଖିଥିଲେ । ଏହା ପରେ ଅମ୍ବତି ରାୟୁଡୁ ସନ୍ନ୍ୟାସ ଘୋଷଣା କରିଥିଲେ । 


ସେହିପରି ଟିମ୍ ଇଣ୍ଡିଆ ପୂର୍ବତନ ସ୍ବିଇଂ ବୋଲର ଆରପି ସିଂହ । ୨୦୦୫ ସେପ୍ଟେମ୍ବରରେ ତାଙ୍କର ଦିନିକିଆରେ ଡେବ୍ୟୁ ହୋଇଥିଲା । ମାତ୍ର ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ବରେ ସେ ଟିମ୍ ଇଣ୍ଡିଆ ପାଇଁ ଟି-ଟ୍ବେଣ୍ଟିରେ ପ୍ରଥମ ମ୍ୟାଚ୍ ଖେଳିଥିଲେ । ଟି-୨୦ରେ ତାଙ୍କୁ ମାତ୍ର ୧୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାରେ ସୁଯୋଗ ମିଳିଥିଲା । ଆଇପିଏଲରେ ୮୨ଟି ମ୍ୟାଚ୍ ଖେଳି ୯୦ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଥିଲେ ଆରପି ସିଂହ । ହେଲେ ୨୦୧୮ ସେପ୍ଟେମ୍ବରରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତାଙ୍କ ସ୍ୱିଙ୍ଗ୍ ବୋଲିଂ ବଳରେ ଭାରତୀୟ ଦଳ ଅନେକ ମ୍ୟାଚ୍ ଜିତିଛି ।

ଓଡ଼ିଆ କ୍ରିକେଟ ପ୍ରଜ୍ଞାନ ଓଝାଙ୍କ କ୍ୟାରିୟର ମଧ୍ୟ ଫଟାଫଟ୍ କ୍ରିକେଟ ଭଳି ଶେଷ ହୋଇଛି । ୨୦୦୯ରେ ପ୍ରଜ୍ଞାନ, ଏମସ ଧୋନିଙ୍କ ସମୟରେ ଟି-୨୦ରେ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ମାରିଥିଲେ । ସେ ଭାରତ ପାଇଁ ୬ ଟି-୨୦, ୧୮ ଦିନିକିଆ, ୨୪ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ରେଡ୍ ବଲ୍ କ୍ରିକେଟରେ ୧୧୩ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଦିନିକିଆରେ ୨୧ଟି ଏବଂ ଟି-୨୦ରେ ମାତ୍ର ୧୦ଟି ଓ୍ବିକେଟ୍ ନେଇବାରେ ସକ୍ଷମ ହୋଇଛନ୍ତି । ଇଣ୍ଡିଆ ପ୍ରିମିୟର ଲିଗରେ ଚମତ୍କାର ବୋଲିଂ କରି ୯୨ଟି ମ୍ୟାଚରେ ୮୯ ଓ୍ବିକେଟ୍ ହାସଲ କରିଛନ୍ତି । ଶେଷ ଥର ପାଇଁ ଭେଟେରା ସଚିନ୍ ତେନ୍ଦୁଲକରଙ୍କ ବିଦାୟୀ ମ୍ୟାଚରେ ଇଣ୍ଟର ନ୍ୟାସନାଲ ଖେଳିଥିଲେ । ଏହାପରେ ପ୍ରଜ୍ଞାନ ଓଝାଙ୍କ କ୍ୟାରିୟର ସମାପ୍ତ ହୋଇଯାଇଥିଲା ।  

ପ୍ରଜ୍ଞାନଙ୍କ ପରି ପ୍ରବୀଣ କୁମାରଙ୍କ ବହୁତ ଛୋଟ କ୍ରିକେଟ କ୍ୟାରିୟର । ସେ ୨୦୦୭ରେ ଧୋନି କ୍ୟାପଟେନସିପରେ ସମସ୍ତ ଫର୍ମାଟରେ ଡେବ୍ୟୁ କରିଥିଲେ । ଭାରତ ପାଇଁ ସେ ୬ଟି ଟେଷ୍ଟ ଏବଂ ୬୮ଟି ଓ୍ବାନଡେ ଇଣ୍ଟର ନ୍ୟାସନାଲ ଖେଳିଛନ୍ତି । ଟେଷ୍ଟରେ ୨୭ ଏବଂ ଦିନିକିଆରେ ୭୭ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ତାଙ୍କ ସ୍ବିଇଂରେ ଚକମା ଖାଉଥିଲେ ବିରୋଧୀ ବ୍ୟାଟର । ଆଇପିଏଲରେ ୧୯୯ ମ୍ୟାଚ ଖେଳି ୯୦ ଓ୍ବିକେଟ୍ ନେଇଛନ୍ତି । ୨୦୧୮ ଅକ୍ଟୋବରରେ ଟ୍ୱିଟ୍ କରି ସନ୍ନ୍ୟାସ ଘୋଷଣା କରିଥିଲେ । ଏହି ୫ କ୍ରିକେଟରଙ୍କ ମହେନ୍ଦ୍ର ସିଂହ ଧୋନି ଅବସର ନେବା ପୂର୍ବରୁ ସନ୍ନ୍ୟାସ ନେଇଛନ୍ତି । ଫଟାଫଟ୍ କ୍ରିକେଟ୍ ଭଳି ଏମାନଙ୍କ କ୍ୟାରିୟର ଶେଷ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.