ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଇରାନର ନୂଆ ପ୍ଲାନ୍ ଲିକ୍ ! ହିଟ୍ ଲିଷ୍ଟ୍‌ରେ ନେତନ୍ୟାହୁଙ୍କ ସମେତ ଇସ୍ରାଏଲର ୫ ଟପ୍ ଲିଡର

Published By : Prameya | October 3, 2024 7:22 PM

ନୂଆଦିଲ୍ଲୀ : ଇସ୍ରାଏଲକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଶତ୍ରୁ ନିପାତ ପାଇଁ ରଣ ହୁଙ୍କାର ଦେଉଛି ନେତନ୍ୟାହୁଙ୍କ ସେନା । ଏମିତି ଲାଗୁଛି ବିଶ୍ୱ ଯୁଦ୍ଧର ମୂଳଦୁଆ ପଡ଼ିବାକୁ ଯାଉଛି। କାରଣ ଇସ୍ରାଏଲ ଏବେ ଘମାଘୋଟ ଯୁଦ୍ଧ ଭିତର ଦେଇ ଗତି କରୁଛି। ତାର ଟାର୍ଗେଟରେ ରହିଛନ୍ତି ଅନେକ ଆତଙ୍କୀ ଗୋଷ୍ଠୀ। ଏବେ ଲେବାନନରେ ଜାରି ଭୟଙ୍କର ଲଢେଇ ସହ ଇସ୍ରାଏଲକୁ ହମାସ ଓ ଇରାନ ବିରୋଧରେ ଯୁଦ୍ଧ ଲଢିବାକୁ ପଡ଼ିଛି। ଏହି ଭିତରେ ଇସ୍ରାଏଲକୁ ନେଇ ଇରାନ ଆଉ ଏକ ଭୟଙ୍କର ପ୍ଲାନ କରୁଥିବା ଜଣାପଡ଼ିଛି। 

ସୋସିଆଲ ମିଡ଼ିଆରେ ଭାଇରାଲ ଏକ ପୋଷ୍ଟରେ ଏମିତି ଦାବି କରାଯାଉଛି ଯେ, ଇରାନ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବା ପାଇଁ ହିଟ୍‌ଲିଷ୍ଟ ପ୍ରସ୍ତୁତ କରିଛି। ଏହି ତାଲିକାକୁ ରିଭେଞ୍ଜ୍‌ ଇଜ୍‌ ନିୟର ନାମ ଦିଆଯାଇଛି। ଯେଉଁଥିରେ ପିଏମ୍‌ ବେଞ୍ଜାମିନ୍‌ ନେତନ୍ୟାହୁ , ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ ଗ୍ୟାଲେଣ୍ଟଙ୍କ ସହ ଇସ୍ରାଏଲୀୟ ସେନା , ନୌସେନା ଓ ବାୟୁସେନାର ଚିଫ୍‌ ଅଧିକାରୀଙ୍କ ନାଁ ସାମିଲ ଅଛି। ଏହାକୁ ନେଇ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ , କିନ୍ତୁ ଇରାନୀ ସେନାର ଗୁଇନ୍ଦା ବିଭାଗର କହିବାନୁସାରେ , ଯଦି ନେତନ୍ୟାହୁ ନୁହଁନ୍ତି ତ ଇସ୍ରାଏଲର ଶୀର୍ଷ ସ୍ତରର ନେତା ଓ ସେନା ଅଧିକାରୀଙ୍କୁ ଟାର୍ଗେଟ୍‌ କରାଯାଇପାରେ ।

ଇସ୍ରାଏଲ ଉପରେ ଇରାନର ମିସାଇଲ ଆଟାକ୍‌ ବିଷୟରେ ଆମେରିକା ପୂର୍ବରୁ ଗୁଇନ୍ଦା ସୂଚନା ପାଇ ଥିଲା। ଏହାପରେ ଆମେରିକା ଇସ୍ରାଏଲକୁ ଚେତାବନୀ ଦେଇଥିଲା । ତା ଉପରେ ବଡ଼ ହମଲା ହେବାକୁ ଯାଉଛି ବୋଲି ସତର୍କ କରାଇ ଥିଲା। ଏବେ ଇରାନର ଏକ ନୂଆ ବିପଜ୍ଜନକ ପ୍ଲାନ୍‌ ମଧ୍ୟ ଲିକ୍ ହୋଇଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ପ୍ରସାରିତ ପୋଷ୍ଟରେ ଦାବି କରାଯାଇଛି ଯେ, ଇରାନ ହିଟ୍ ଲିଷ୍ଟ ପ୍ରସ୍ତୁତ କରୁଛି। ଯେଉଁଥିରେ ନେତନ୍ୟାହୁ ଓ ଗ୍ୟାଲେଣ୍ଟଙ୍କ ବ୍ୟତୀତ ଇସ୍ରାଏଲର ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍‌ ହର୍ଜି ହଲେଭି ଓ ତାଙ୍କର ଡେପୁଟୀ ଅମିର ବାରମ୍‌ଙ୍କ ନାଁ ସାମିଲ ଅଛି। ଏହା ବ୍ୟତୀତ ଉତ୍ତର , ଦକ୍ଷିଣ ଓ ମଧ୍ୟ କମାଣ୍ଡର ପ୍ରମୁଖ ମେଜର ଜେନେରାଲ ଓରୀ ଗାର୍ଡିନ , ୟେହୁଦା ଫାକ୍ସ ଓ ଏଲିଏଜର ଟୋଲେଡାନୀ ସାମିଲ ଅଛନ୍ତି। ସେନା ଗୁଇନ୍ଦା ବିଭାଗର ପ୍ରମୁଖ ଅହରୋନ ହଲିୱାଙ୍କର ନାଁ ମଧ୍ୟ ରହିଛି। 

କୁହାଯାଉଛି , ଯଦି ଇରାନର ଏହି ତାଲିକା ସତ ହୋଇଥାଏ ତ, ଏହା ଇସ୍ରାଏଲ ବିରୋଧରେ  ଇରାନର ଆଗାମୀ ପଦକ୍ଷେପ ହୋଇପାରେ। ଏହା ପୂର୍ବରୁ ଇରାନ ଇସ୍ରାଏଲ ଉପରେ ମିସାଇଲ ଆଟାକ୍ ପରେ ଏମିତି କହିଥିଲା ଯେ, ଏବେ ତ ଆରମ୍ଭ ମାତ୍ର ... ଏହା ପରେ ଆହୁରି କିଛି ହେବା ବାକି ଅଛି। ସେପଟେ ଏହି ଦାବିକୁ ଏଥିରେ ବଳ ମିଳିଛି , କାରଣ ହିଜବୁଲ୍ଲା ଚିଫ୍‌ ହସନ ନସରୁଲ୍ଲାହର ହତ୍ୟା ପରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଉପରେ ସୁରକ୍ଷା ନେଇ ବିପଦ ଘେରି ରହିଛି। ଇସ୍ରାଏଲ କେବେ ବି ଖାମେନେଇଙ୍କ ଉପରେ ହମଲା କରି ପାରେ। ଏଥିରେ ଏହା ସମ୍ଭବ କି ଇରାନ ଏହା ପୂର୍ବରୁ ନେତନ୍ୟାହୁ ଓ ଇସ୍ରାଏଲର ଟପ୍‌ ଲିଡରଙ୍କୁ ଟାର୍ଗେଟ କରିଛି। 

ମିସାଇଲ ଆଟାକ୍‌ ପରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଇରାନକୁ ଚେତାବନୀ ଦେଇ କହିଥିଲେ - ସେ ବଡ଼ ଭୁଲ୍‌ କରି ଦେଇଛି। ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ଅନୁସାରେ , ଇସ୍ରାଏଲ ପାଖରେ ଇରାନ ବିରୋଧରେ କାଉଣ୍ଟର ଆଟାକ୍‌ର ପ୍ଲାନ୍‌ ପ୍ରସ୍ତୁତ ରହିଛି। ଇରାନର ତୈଳ ପ୍ଲାଣ୍ଟ ଓ ପରମାଣୁ ସାଇଟ୍‌କୁ ଟାର୍ଗେଟ୍‌ କରି ପାରେ ଇସ୍ରାଏଲ । ଏହି ସ୍ଥିତିରେ ଇରାନ୍‌ ପାଖରେ ନିଜକୁ ରକ୍ଷା କରିବାକୁ ବଡ଼ ଚ୍ୟାଲେଞ୍ଜ । ଇରାନୀ ସୂତ୍ରାନୁସାରେ , ପ୍ରତିରକ୍ଷା ମନ୍ତ୍ରୀ ଗ୍ୟାଲେଣ୍ଟଙ୍କୁ ଟାର୍ଗେଟ୍‌ କରିବା ମଧ୍ୟ ଇରାନ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇପାରେ। 

ଗତ ବର୍ଷ  ଅକ୍ଟୋବରରେ ଗ୍ୟାଲେଣ୍ଟ ହିଁ ଗାଜା ପଟ୍ଟି ଅବରୋଧ କରିବାକୁ ଆଦେଶ ଦେଇଥିଲେ। ଯେଉଁଥିରେ ଗାଜାରେ ଲକ୍ଷ ଲକ୍ଷ ନାଗରିକଙ୍କୁ ଭୋକ ଉପାସରେ ମରିବାର ସ୍ଥିତି ଉପୁଜି ଥିଲା। ପ୍ରତିରକ୍ଷା ମନ୍ତ୍ରୀ ଗ୍ୟାଲେଣ୍ଟଙ୍କ ନିର୍ଦ୍ଦେଶରେ ହିଁ ଇସ୍ରାଏଲର ଫାଇଟର ଜେଟ୍‌ ଗାଜାରେ ଖୁବ୍‌ ବୋମା ବର୍ଷଣ କରିଥିଲା। 

ଅନ୍ୟ ପଟେ ଇସ୍ରାଏଲର ଡିଫେନ୍ସ ଫୋର୍ସେଜ୍‌ (ଆଇଡିଏଫ) ଗୁରୁବାର କହିଛି ଯେ, ସେ ଗାଜା ପଟ୍ଟିରେ ହମାସ ନେତା ରାୱି ମୁସ୍ତହାକୁ ମାରି ଦେଇଛି। ଆଇଡିଏଫ୍‌ ଓ ଇସ୍ରାଏଲର ମହାକାଶ ଏଜେନ୍ସି (ଆଇଏସଏ) ଘୋଷଣା କରିଛି କି ପାଖାପାଖି ୩ ମାସ ପୂର୍ବେ , ଗାଜା ପଟ୍ଟିରେ ଏକ ମିଳିତ ଆଇଡିଏଫ୍‌ ଓ ଆଇଏସଏ ହମଲାରେ କିଛି ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.