ପ୍ରମୂଖ ଖବର
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଆମେରିକାରେ ୫୦% ଆଇଫୋନ୍‌ ମେଡ୍‌ ଇନ୍‌ ଇଣ୍ଡିଆ, ୨୦୨୬ ସୁଦ୍ଧା ବର୍ଷକୁ ୬ କୋଟିରୁ ଅଧିକ ନିର୍ମାଣ ହେବ

Published By : Prameya | May 4, 2025 8:29 AM

ନୂଆଦିଲ୍ଲୀ ୦୪/୦୫: ଆମେରିକା ବଜାରରେ ବିକ୍ରି ହେଉଥିବା ୫୦% ଆଇଫୋନ୍‌ ମେଡ୍‌ ଇନ୍‌ ଇଣ୍ଡିଆ । ଆପଲ୍‌ ସିଇଓ ଟିମ୍‌ କୁକ୍‌ ଏକ ସାକ୍ଷାତ୍‌କାରରେ ଏ ସୂଚନା ଦେଇଛନ୍ତି । କୁକ୍‌ କହିଲେ ଯେ, ଭାରତ ଏପ୍ରିଲଜୁନ୍‌ ତ୍ରୟମାସରେ ଆମେରିକାରେ ବିକ୍ରି ହେଉଥିବା ଆଇଫୋନ୍‌ଗୁଡ଼ିକର କଣ୍ଟ୍ରି ଅଫ୍‌ ଅରିଜିନ୍‌ ହୋଇଯିବ । ସେ ଆହୁରି କହିଲେ ଯେ, ଏୟାର୍‌ପଡ୍‌ସ, ଆପଲ୍‌ ୱାଚ୍‌ ଭଳି ଅନ୍ୟ ପ୍ରଡକ୍ଟଗୁଡ଼ିକ ଭିଏତ୍‌ନାମରେ ବନା ଯାଉଛି । 

କମ୍ପାନି ଚୀନ୍‌ ତୁଳନାରେ କମ୍‌ ଟାରିଫ୍‌ କାରଣରୁ ଭାରତ ଏବଂ ଭିଏତ୍‌ନାମକୁ ପ୍ରାଥମିକତା ଦେଉଛି । ଚୀନ୍‌ରେ ଅଧିକ ଟାରିଫ୍‌ ତୁଳନାରେ ଭାରତ ଏବଂ ଭିଏତ୍‌ନାମରୁ ଆମଦାନି ଉପରେ ମାତ୍ର ୧୦% ଟିକସ ଲାଗୁଛି । ଆମେରିକା ଏବଂ ଚୀନ୍‌ ମଧ୍ୟରେ ଏବେ ଘମାଘୋଟ ବାଣିଜ୍ୟ ଯୁଦ୍ଧ । ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତି ପରେ ଆପଲ୍‌କୁ ଚୀନ୍‌ ଉପରୁ ନିର୍ଭରତା କମାଇବାକୁ ପଡ଼ିଛି । କୁକ୍‌ କହିଛନ୍ତି ଯେ, ମାର୍ଚ୍ଚ ତ୍ରୟମାସରେ ଆପଲ ଉପରେ ଶୁଳ୍କ ଯୁଦ୍ଧର ପ୍ରଭାବ କମ୍‌ ରହିଛି କାରଣ କମ୍ପାନି ଏହାର ଯୋଗାଣ ଶୃଙ୍ଖଳକୁ ଦ୍ରୁତ ବେଗରେ ଭାରତ ଏବଂ ଭିଏତ୍‌ନାମ ସ୍ଥାନାନ୍ତର କରିଛି ।

ଏକ ରିପୋର୍ଟ ଅନୁସାରେ ଚୀନ୍‌ ଉପରୁ ନିଜର ନିର୍ଭରତା କମ୍‌ କରିବା ପାଇଁ ଆପଲ୍‌ ଅନେକ ସମୟରୁ ନିଜର ଯୋଗାଣ ଶୃଙ୍ଖଳକୁ ବାହାରକୁ ସ୍ଥାନାନ୍ତର କରିବାକୁ କାର୍ଯ୍ୟ କରୁଛି । ଯଦି ଆପଲ ଏହାର ଆସେମ୍ବ୍ଲିଂ ଭାରତକୁ ଏ ବର୍ଷ ଶେଷ ସୁଦ୍ଧା ସ୍ଥାନାନ୍ତର କରିନିଏ ତେବେ ୨୦୨୬ରୁ ଏଠାରେ ବାର୍ଷିକ ୬ କୋଟିରୁ ଅଧିକ ଆଇଫୋନ୍‌ ଉତ୍ପାଦନ ହେବ । ଏହା ବର୍ତ୍ତମାନର କ୍ଷମତାର ଦୁଇ ଗୁଣା । ଆଇଫୋନ୍‌ ନିର୍ମାଣରେ ଏବେ ଚୀନ୍‌ର ଦବ୍‌ଦବା ରହିଛି । ଆଇଡିସି ଅନୁସାରେ, ୨୦୨୪ରେ କମ୍ପାନିର ଗ୍ଲୋବାଲ ଆଇଫୋନ୍‌ ସିପ୍‌ମେଣ୍ଟରେ ଏହାର ଅଂଶ ୨୮% ଥିଲା । ଆମେରିକାରେ ବିକ୍ରି ହେବାକୁ ଥିବା ଆଇଫୋନ୍‌ର ଉତ୍ପାଦନ ଚୀନ୍‌ ବାହାରକୁ ସ୍ଥାନାନ୍ତର କରିବା ଦ୍ୱାରା କମ୍ପାନି ଉଚ୍ଚ ଟାରିଫ୍‌ରୁ ବର୍ତ୍ତିଯିବ । ୨୦୨୪ ମାର୍ଚ୍ଚରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ଆପଲ ଭାରତରେ ୨୨୦୦ କୋଟି ଡଲାର(ପାଖାପାଖି ୧.୮୮ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଆଇଫୋନ୍‌ ନିର୍ମାଣ କରିଛି । ଗତବର୍ଷ ତୁଳନାରେ ଏଥିରେ ୬୦% ବୃଦ୍ଧି ଘଟିଛି ।

ଏହି ସମୟରେ ଆପଲ ଭାରତରୁ ୧୭୪୦ କୋଟି ଡଲାର(ପାଖାପାଖି ୧.୪୯ ଲକ୍ଷ କୋଟି ଟଙ୍କା) ମୂଲ୍ୟର ଆଇଫୋନ୍‌ ରପ୍ତାନି କରିଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ ବିକ୍ରି ହେଉଥିବା ପ୍ରତି ୫ରୁ ଗୋଟିଏ ଆଇଫୋନ୍‌ ଭାରତରେ ନିର୍ମାଣ ହେଉଛି । ଭାରତରେ ଆଇଫୋନ୍‌ର ଉତ୍ପାଦନ ତାମିଲନାଡୁ ଏବଂ କର୍ଣ୍ଣାଟକ ଫ୍ୟାକ୍ଟ୍ରିରେ କରାଯାଉଛି । ଏଥିମଧ୍ୟରୁ ସବୁଠାରୁ ଅଧିକ ଉତ୍ପାଦନ ଫକ୍ସକନ୍‌ କରୁଛି । ଫକ୍ସକନ୍‌ ଆପଲ୍‌ର ସର୍ବବୃହତ୍‌ ମାନୁଫାକ୍‌ଚରିଂ ପାର୍ଟନର । ଏହାବ୍ୟତୀତ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ପେଗାଟ୍ରନ୍‌ ବି ଉତ୍ପାଦନ କରିଥାନ୍ତି । ୨୦୨୩-୨୪ ଆର୍ଥିକବର୍ଷରେ ଆପଲ୍‌ର ସ୍ମାର୍ଟଫୋନ୍‌ ବିକ୍ରି ୮୦୦ କୋଟି ଡଲାର ଥିଲା । ସେତେବେଳେ ବଜାରରେ ଏହାର ଅଂଶ ମାତ୍ର ୮% ଥିଲା । ଭାରତର ବର୍ଦ୍ଧିତ ମଧ୍ୟବିତ୍ତଙ୍କ ସଂଖ୍ୟା ଯୋଗୁ ଆଇଫୋନ୍‌ ଏକ ଲକ୍‌ଜ୍ୟୁରୀ ପାଲଟିଛି । ଫଳରେ ବଜାର ଦ୍ରୁତ ବେଗରେ ବଢ଼ିବା ଅନୁମାନ ରହିଛି ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.