ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୫୫ ତମ IFFIରେ ଓଡ଼ିଆ ଚଳଚ୍ଚିତ୍ର, ଅଣ ଫିଚର ବର୍ଗରେ ‘ମୋ ବୋଉ, ମୋ ଗାଁ’

Published By : Prameya | October 25, 2024 1:20 PM

ଭୁବନେଶ୍ୱର,୨୫/୧୦:  ୫୫ତମ ଇଣ୍ଟରନ୍ୟାସନାଲ୍‌  ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ  (ଆଇଏଫ୍‌ଏଫ୍‌ଆଇ) ଇଣ୍ଡିଆନ୍‌ ପାନୋରମା ୨୦୨୪ ଆନୁଷ୍ଠାନିକ ଭାବେ  ଘୋଷଣା ହୋଇଛି । ଓଡ଼ିଆ ଏବଂ ଓଡ଼ିଆ  ସିନେମା ଲାଗି ଖୁସି ଓ ଗର୍ବର ବିଷୟ,  ଏଥିରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାମିଲ  ହୋଇଛି । ଅଣଫିଚର ବର୍ଗରେ ପ୍ରଦର୍ଶନ  ଲାଗି ମନୋନୀତ ୨୦ଟି ଚଳଚ୍ଚିତ୍ର ମଧ୍ୟରେ  ୧୩ ନମ୍ବରରେ ସ୍ଥାନ ପାଇଛି ଓଡ଼ିଆ  ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’ ।  ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ  ପୁଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ  ବିଶିଷ୍ଟ ସାଉଣ୍ଡ୍‌ ଇଞ୍ଜିନିୟର, ନିର୍ଦ୍ଦେଶକ  ସୁବାସ ସାହୁ । ଫିଲ୍ମର ସମ୍ପାଦନା ସହ  ପ୍ରଯୋଜନା କରିଛନ୍ତି ‘ଓ ମାଇଁ ଗଡ୍‌-୨’ର ସମ୍ପାଦକ ସୁଭୀର ନାଥ । ପ୍ରଯୋଜନା  କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପତ୍ନୀ  ସୁପ୍ରଭା ସାହୁ । କିକ୍‌ସେ ୱିକ୍‌ସେ ଫିଲ୍ମସ୍‌  ଆଣ୍ଡ୍‌ ଆର୍‌ଏନ୍‌ଭି ୧୮୨୦ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାଟି  ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ  ୧୫ତମ ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୪ ଲାଗି ଅଫିସିଆଲ୍‌  ମନୋନୀତ ହୋଇ ପ୍ରଦର୍ଶିତ ସହ  ପ୍ରଶଂସା ସାଉଁଟିଥିଲା ।  

ସେହିପରି ମୁମ୍ବାଇ ଇଣ୍ଟରନ୍ୟାସନାଲ୍‌  ଫିଲ୍ମ ଫେଷ୍ଟିଭାଲ୍‌ରେ ବି ପ୍ରଦର୍ଶିତ  ହୋଇ ପ୍ରଶଂସିତ ହୋଇଥିଲା । ଆସନ୍ତା  ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ  ଗୋଆଠାରେ ଅନୁଷ୍ଠିତ ଫେଷ୍ଟିଭାଲ୍‌ରେ  ଆଇଏଫ୍‌ଏଫ୍‌ଆଇ ଇଣ୍ଡିଆନ୍‌ ପାନୋରମା  ୨୦୨୪ରେ ବିଚାରକଙ୍କ ଦ୍ୱାରା ମନୋନୀତ  ୨୫ଟି ଫିଚର ଓ ୨୦ଟି ଅଣ ଫିଚର  ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଇଣ୍ଡିଆନ୍‌  ପାନୋରମା ଫିଚର ଫିଲ୍ମସ୍‌ ଜୁରି ସଦସ୍ୟ  ଭାବେ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ  ଶେଖର ଖଟୁଆ ଏବଂ ସୁଶାନ୍ତ ମିଶ୍ର  ରହିଛନ୍ତି ।

ସୁବାସ ସାହୁ, ନିର୍ଦ୍ଦେଶକସୁବାସ ସାହୁ, ନିର୍ଦ୍ଦେଶକ

୬୩ ମିନିଟ୍‌ର ଫିଲ୍ମ, ୧୮ ବର୍ଷର ସୁଟିଂ

 ଆଜିର ଦୁନିଆ  ସଂସ୍କୃତି, ପରମ୍ପରା, ଗାଁ  ଓ ବୋଉଠୁ ଦୂରେଇ  ଯାଉଥିଲାବେଳେ ତାକୁ  ଜାବୁଡ଼ି ଧରି ରଖିବାର  ଏକ କ୍ଷୁଦ୍ର ପ୍ରୟାସ  କରାଯାଇଛି ଫିଲ୍ମରେ ।  ଯେଉଁଥିରେ ଆମ ଅତୀତ ଆଉ ଆମ ଗାଁ  ଦିଶିବ । ବୋଉ... ବୋଉ... ଡାକ ଶୁଭିବ ।  ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଜାଣିବାର  ସୁଯୋଗ ମିଳିବ । ଏଥିପାଇଁ ଦିନେ କି ମାସେ  ନୁହେଁ, ଦୀର୍ଘ ୧୮ ବର୍ଷ ସମୟ ଲାଗିଛି ।  ୨୦୦୬ ମସିହାରେ ଫିଲ୍ମର ସୁଟିଂ ଆରମ୍ଭ  ହୋଇଥିଲା, ଯାହା ଚଳିତ ବର୍ଷ ଆରମ୍ଭରେ  ଶେଷ ହୋଇଥିଲା । ୬୩ ମିନିଟ୍‌ ଅବଧିର ଏହି  ଫିଲ୍ମର ସୁଟିଂ ମୋ ଗାଁ କେନ୍ଦ୍ରାପଡ଼ା ବଲୁରିଆ  ଏବଂ ଭୁବନେଶ୍ୱରରେ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.