ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପାଣିରେ ଭିଜାଇ ଖାଆନ୍ତୁ ଅଞ୍ଜିର୍‌, ମିଳିବ ଏହି ସବୁ ଫାଇଦା

Published By : Anindita Ratha | April 5, 2025 2:50 PM

ଅଞ୍ଜିର୍‌ ଏକ ହାଇଫ୍ରୁଟ୍‌ । ଯାହା ହାଲ୍‌କା ହଳଦିଆ ଓ ଗାଢା ସୁନେଲୀ ରଙ୍ଗର । ପୋଷକ ତତ୍ତ୍ୱରେ ଭରା ଏହି ଫଳ। ଖାଇବାକୁ ବେଶ୍‌ କୁରକୁରା ମଧ୍ୟ ଲାଗିଥାଏ । ଏହା ଅନେକ ରୋଗର ଉପଚାର ମଧ୍ୟ କରିଥାଏ । ଅଞ୍ଜିର୍‌ ଜିଙ୍କ୍‌, ମାଙ୍ଗାନିଜ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ପରି ପୋଷକ ତତ୍ତ୍ୱରେ ଭରା। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ମଧ୍ୟ ରହିଛି । ଅଞ୍ଜିରରେ ବହୁ ମାତ୍ରାର ପୋଟାସିୟମ୍‌ ରହିଥାଏ।  ଯାହା ଶରୀରରେ ଶର୍କରାସ୍ତରକୁ ନିୟନ୍ତ୍ରିତ ରଖିଥାଏ । ଅଞ୍ଜିର ଖାଇବା ଦ୍ୱାରା ଟାଇପ୍‌-୨ ମଧୁମେହ ରୋଗୀର ଶର୍କରାସ୍ତର ନିୟନ୍ତ୍ରିତ ରହିଥାଏ । କେବଳ ମଧୁମେହ ନୁହେଁ, ଅନ୍ୟାନ୍ୟ କେତେକ ରୋଗକୁ ମଧ୍ୟ ଅଞ୍ଜିର୍‌ ନିୟନ୍ତ୍ରିତ କରିଥାଏ । 

ପାଚନତନ୍ତ୍ରକୁ ସୁସ୍ଥ ରଖେ:  ଫାଇବରରେ ଭରା ଅଞ୍ଜିର୍‌ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ । ଫଳରେ କବ୍ଚ ପରି ସମସ୍ୟା ଦୂର ହୋଇଥାଏ । କବ୍ଚ ଦୂର କରିବା ପାଇଁ ଅଞ୍ଜିର୍‌କୁ ଦୁଗ୍ଧରେ ଫୁଟାଇ ଖାଇପାରିବେ ।

ହାଇପର୍‌ଟେନ୍‌ସନ୍‌କୁ ନିୟନ୍ତ୍ରିତ କରେ: କମ୍‌ ପୋଟାସିୟମ୍‌ ଓ ଅଧିକ ସୋଡିୟମ୍‌ ଯୋଗୁଁ ହାଇପର୍‌ଟେନ୍‌ସନ୍‌ ସମସ୍ୟା ଦେଖାଦେଇଥାଏ । ଅଞ୍ଜିର୍‌ରେ ଅଧିକ ପୋଟାସିୟମ୍‌ ଓ କମ୍‌ ସୋଡିୟମ୍‌ ରହିଥାଏ । ତେଣୁ ଏହା ହାଇପର୍‌ଟେନ୍‌ସନରୁ ରକ୍ଷା କରିଥାଏ ।

ହାଡ଼କୁ ମଜଭୁତ୍‌ କରାଏ:  ଅଞ୍ଜିର୍‌ରେ ବହୁ ମାତ୍ରାରେ କ୍ୟାଲସିୟମ୍‌ ରହିଥାଏ, ତେଣୁ ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ଼ ମଜଭୁତ ହୋଇଥାଏ । ଏହାକୁ ଦୁଗ୍ଧ ସହ ଖାଇପାରିବେ । 

ଆସ୍ଥାମା ପାଇଁ ଉପଯୋଗୀ:  ଆସ୍ଥମା ରୋଗୀଙ୍କ ପାଇଁ ଖୁବ୍‌ ଉପଯୋଗୀ । ଏହା କଫକୁ ସହଜରେ ବାହାରକୁ ବାହାର କରିଥାଏ । ଫଳରେ ରୋଗୀକୁ ଆରାମ ମିଳେ । ୨/୪ଟି ଶୁଖିଲା ଅଞ୍ଜିର୍‌କୁ ସକାଳ-ସଂଧ୍ୟାରେ ଦୁଗ୍ଧ ସହ ଗରମ କରି ପିଇବା ଦ୍ୱାରା କଫ କମିଥାଏ । 

ଥଣ୍ଡାର ଚିକିତ୍ସା କରେ: ପାଣିରେ ୫ ଖଣ୍ଡ ଅଞ୍ଜିର୍‌ ପକାଇ ଏହାକୁ ଫୁଟାଇ ନିଅନ୍ତୁ । ଏହି ପାଣିକୁ ଛାଣି ସକାଳେ ଓ ସଂଧ୍ୟାରେ କିଛିଦିନ ପାଇଁ ପିଅନ୍ତୁ । ଧୀରେ ଧୀରେ ଶରୀରରୁ ଥଣ୍ଡା ଦୂର ହୋଇଯିବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.